ଅଗଷ୍ଟରୁ ଆରମ୍ଭ ହେବ ‘କୌନ ବନେଗା କରୋଡପତି’

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ମୋଷ୍ଟ ପପୁଲାର ଶୋ’ ‘କୌନ ବନେଗା କରୋଡପତି’ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି।  ଏହି ଶୋ’ର ୧୧ ତମ ସିଜିନ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଦର୍ଶକ ବି ଖୁବ୍‌ ଉତ୍ସୁକତାର...

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ମୋଷ୍ଟ ପପୁଲାର ଶୋ’ ‘କୌନ ବନେଗା କରୋଡପତି’ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି।  ଏହି ଶୋ’ର ୧୧ ତମ ସିଜିନ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଦର୍ଶକ ବି ଖୁବ୍‌ ଉତ୍ସୁକତାର ସହ ଏହାକୁ ଅପେକ୍ଷା କରିଛନ୍ତି। ବଲିଉଡର ଶେହେନଶାହା ଅମିତାଭ ବଚ୍ଚନ ସବୁଥର ପରି ଏଥର ମଧ୍ୟ ଏହି ଶୋ’ର  ଆଙ୍କରିଂ ଦାୟିତ୍ୱ ସମ୍ଭାଳିଛନ୍ତି।

ବିଗ୍‌ ବିଙ୍କ ଆଙ୍କରିଂ ଯୋଗୁ କେବିସି ସବୁବେଳେ ଟିଆରପି ଦୌଡରେ ଆଗରେ ରହି ଆସିଛି। ଏଥର କିନ୍ତୁ ଶୋ’କୁ ଭିନ୍ନ ଚିନ୍ତାଧାରା ସହ ପ୍ରସାରଣ କରିବାକୁ ଅଣ୍ଟା ଭିଡ଼ିଛି ପ୍ରଡକସନ୍‌ ହାଉସ୍‌। ଏବେଠୁ ଏହାର ପ୍ରମୋ ଆସି ସାରିଥିବା ବେଳେ ଏହାକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି। ବିଗ୍‌ ବି ଏହାର ପ୍ରମୋ ନିଜ ଟ୍ୱିଟରରେ ବି ଶେଆର କରିଛନ୍ତି।

‘କୌନ ବନେଗା କରୋଡପତି’ର ପ୍ରମୋରେ ଅମିତାଭ ବଚ୍ଚନ ସମାଜର ପରିସ୍ଥିତିକୁ ବୟାନ କରିବାକୁ ଯାଇ ଏକ ଚମତ୍କାର ଚିନ୍ତାଧାରା ବ୍ୟକ୍ତ କରିଛନ୍ତି। ଏହି ପ୍ରମୋରେ କୁହାଯାଇଛି, ଜୀବନର ଟାର୍ଗେଟ ସହ ସମାଜର ଟାର୍ଗେଟ ମ୍ୟାଚ୍‌ ନ କଲେ ଆପଣ ନିଜେ ହିଁ ସମାଜର ଟାର୍ଗଟ ହୋଇଯାନ୍ତି। ଏହାପରେ ଆରମ୍ଭ ହୋଇଯିବ ଟାହିଟାପରା। କିନ୍ତୁ ଏହାକୁ ଖାତିର ନ କରି ଯିଏ ଦୁନିଆ ସହ ଲଢି ଜିତିଯିବ, ଦୁନିଆ ତାକୁ ହିଁ ମୁଣ୍ଡରେ ବସାଇବ। ତେଣୁ ସବୁବେଳେ ନିଜ ବିଶ୍ୱାସ ଉପରେ  ଛିଡ଼ା ରୁହ। ବିଚଳତି ହୁଅ ନାହିଁ।

Spread the love
Categories
ମନୋରଞ୍ଜନ

RELATED BY