ବିବାହ ଚିନ୍ତା କରିବା ବିଷୟ ନୁହେଁ କରିବାର ବିଷୟ, କାହିଁକି ଏମିତି କହିଲେ କ୍ୟାଟ୍ରିନା

ପୁଣି ସଲ୍ଲୁ- କ୍ୟାଟଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ : ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ’ ଏବଂ ଫିଲ୍ମ ‘ଜିରୋ’ ରିଲିଜ୍‌ ପରେ ଏବେ ଆଗକୁ କ୍ୟାଟ୍ରିନାଙ୍କ ଫିଲ୍ମ ‘ଭାରତ’ ରିଲିଜ୍‌ ହେବାକୁ ଯାଉଛି । ଫିଲ୍ମର ଟିଜର ସାମ୍ନାକୁ ଆସି ସାରିଥିବା ବେଳେ ତାହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି । ଟିଜରଟି ଫିଲ୍ମ ହିଟ୍‌ ହେବାର ସଙ୍କେତ ଦେଇ ସାରିଥିବା ବେଳେ କ୍ୟାଟ୍‌ ଏବଂ ସଲମାନଙ୍କ ଚରିତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।
ଫିଲ୍ମକୁ ନେଇ କ୍ୟାଟ୍ରିନା ଅନେକ ସାକ୍ଷାତକାରରେ ଦେଉଥିବା ବେଳେ ତାଙ୍କୁ ଏକ ସାକ୍ଷାତକାରରେ ବିବାହ ବିଷୟରେ ପଚରାଯାଇଥିଲା । ଯାହାର ଉତ୍ତର ରଖି ସେ କହିଥିଲେ, ‘ବିବାହ ଚିନ୍ତା କରିବାର ବିଷୟ ନୁହେଁ । ବିବାହ ହେଉଛି କରିବାର ବିଷୟ । ତୁମେ କେମିତି ଜାଣିବ ତୁମେ କେବେ ବିବାହ କରିବ? ଏହା ଜଣେ ଲୋକର ନିଷ୍ପତ୍ତିି ନୁହେଁ ନା?ଦୁଇ ଜଣ ଥିବା ଦରକାର । ସେ ଯେତେବେଳେ ଆସିବାର ଥିବ ଆସିବ । ଆମେ ଜାଣି ନାହେଁ ଆମ ପାଇଁ କ’ଣ ଭଗବାନ କ’ଣ ରଖିଛନ୍ତି । ଦେଖିବାକୁ ପଡ଼ିବ କ’ଣ ଘଟୁଛି ?’