ବିଚ ରାସ୍ତାରେ ଭିଡ ଭିତରେ କ୍ୟାଟ୍ରିନାଙ୍କୁ ଖରାପ ବ୍ୟବହାରର ଭିଡିଓ ଭାଇରାଲ

ମୁମ୍ବାଇ : ବଲିଉଡ୍‍ ଅଭିନେତ୍ରୀ କ୍ୟାଟ୍ରିନାକୈଫଙ୍କୁ ବିଚ ରାସ୍ତାରେ ଖରାପ ବ୍ୟବହାର ହେବା ଏବେ କେବଳ ବଲିଉଡ୍‍ କାହିଁକି ସାରା ସିନେ ପ୍ରେମୀଙ୍କ ମନରେ ଚର୍ଚ୍ଚାର ବିଷୟ ହୋଇଛି । କ୍ୟାଟ୍ରିନାଙ୍କୁ ଭିଡ ଭିତରେ ଖରାପ ବ୍ୟବହାର ପ୍ରଦର୍ଶନ କରାଯାଉଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି । କ୍ୟାଟ୍ରିନା ଏବେ ତାଙ୍କ ଅପକମିଙ୍ଗ ଫିଲ୍ମ ଦବଙ୍ଗ-୨ ର ସୁଟିଂ ପାଇଁ କ୍ୟାନାଡାରେ ଅଛନ୍ତି । କ୍ୟାନାଡାର ଭ୍ୟାନକ୍ୟୁଭରରେ ଫିଲ୍ମର ସୁଟିଂ ହେଉଛି । କ୍ୟାନାଡାରେ ସୁଟିଂ ସମୟର ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଭିଡ ଭିତରେ କ୍ୟାଟ୍ରିନା କିଛି ଲୋକଙ୍କ ସହ ଝଗଡା କରୁଥିବାର ଦୃଶ୍ୟ ରହିଛି । କ୍ୟାଟ୍ରିନାଙ୍କ ସହ ସେହି ଲୋକେ ଫଟୋ ଉଠାଇବାକୁ ଚାହୁଁ ନାହାନ୍ତି ଏବଂ ସେ ଜମେ ଭୀରୁ ବୋଲି କହୁଛନ୍ତି । ଭିଡିଓରେ ଏହା ବି ରହିଛି ଏକଥା ଶୁଣଇ କ୍ୟାଟ୍ରିିନା ରାଗି ଯାଇ ସେଇ ଲୋକଙ୍କୁ ଜବାବ ଦେଉଛନ୍ତି । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେଉଛି । କିଛି ଲୋକେ କ୍ୟାଟ୍ରିନାଙ୍କୁ ଘେରିଯାଉଛନ୍ତି ଓ କହୁଛନ୍ତି ସେମାନେ ସେଠାକୁ ସଲମାନଙ୍କୁ ଦେଖିବାକୁ ଆସିଥିଲେ । ତେବେ ଭିଡିଓ ସଂପର୍କରେ କ୍ୟାଟ୍ରିନା ଗଣମାଧ୍ୟମକୁ କହିଛନ୍ତି ସେ ହାଲିଆ ହୋଇ ପଡିଥିଲେ ତେଣୁ ପତିକ୍ରିୟାଶୀଳ ହୋଇଗଲେ । ତେବେ ଏହି ଭିଡିଓକୁ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଦର୍ଶକଙ୍କ ଭିତରେ ଚର୍ଚ୍ଚା ହେଉଛି ।