କାଠୁଆ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା : ୬ ଜଣ ଦୋଷୀଙ୍କ ଭିତରୁ ୩ଜଣଙ୍କୁ ଆଜୀବନ

୭ଅଭିଯୁକ୍ତଙ୍କ ଭିତରୁ ୬ ଜଣ ଦୋଷୀ ସାବ୍ୟସ୍ତ ନୂଆଦିଲ୍ଲୀ :  ଜମ୍ମୁ କାଶ୍ମୀର କାଠୁଆ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୭ଅଭିଯୁକ୍ତଙ୍କ ଭିତରୁ ୬ ଜଣ ଦୋଷୀ ସାବ୍ୟସ୍ତ । ସେମାନଙ୍କ ଭିତରୁ ତିନି ଜଣଙ୍କୁ ଆଜୀବନ ୩ ଜମଙ୍କୁ...

୭ଅଭିଯୁକ୍ତଙ୍କ ଭିତରୁ ୬ ଜଣ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ :  ଜମ୍ମୁ କାଶ୍ମୀର କାଠୁଆ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୭ଅଭିଯୁକ୍ତଙ୍କ ଭିତରୁ ୬ ଜଣ ଦୋଷୀ ସାବ୍ୟସ୍ତ । ସେମାନଙ୍କ ଭିତରୁ ତିନି ଜଣଙ୍କୁ ଆଜୀବନ ୩ ଜମଙ୍କୁ ଜରିମାନା ସହ ୫ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପଠାନକୋଟ୍ ସ୍ବତନ୍ତ୍ର କୋର୍ଟଙ୍କ ବଡ ଫଇସଲା । ଅଭିଯୁକ୍ତ ବିକାଶକୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରି ଦେଇଛନ୍ତି । ଦୀପକ ଖଜୁରିଆ- ପୋଲିସ ଅଫିସର, ଆନନ୍ଦ ଦତ୍ତା- ପୋଲିସ ଏଏସ୍ଆଇ, ସାଂଝୀ ରାମ- ଗାଁ ମୁଖିଆ, ସୁରେନ୍ଦ୍ର ବର୍ମା- ପୋଲିସ ଅଫିସର, ପରବେଶ କୁମାର- ସ୍ଥାନୀୟ ବାସିନ୍ଦା ଏବଂ ତିଲକରାଜ- ହେଡ କନେଷ୍ଟବଳଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏମାନଙ୍କୁ ଆଜୀବନ ସଜାଠାରୁ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ ।

ଗତବର୍ଷ ୧୦ଜାନୁଆରୀରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା । ୮ବର୍ଷର ନାବାଳିକା ସହ ଗଣ ଦୁଷ୍କର୍ମ କରି ଅତି ନିର୍ଦ୍ଦୟ ଭାବରେ ତାକୁ ହତ୍ୟା କରି ଦିଆଯାଇଥିଲା । ପୋଲିସ ଚାର୍ଜସିଟ୍ ଅନୁଯାୟୀ, ପୀଡିତା ନାବାଳିକା, ଘାଟିରେ ଘୋଡା ଚରାଇବାକୁ ଯାଇଥିବା ବେଳେ ତାକୁ ଅପହରଣ କରି  ଗାଁର ଏକ ମନ୍ଦିରରେ ରଖିବା ପରେ ଅଭିଯୁକ୍ତମାନେ ବାରମ୍ବାର ଦୁଷ୍କର୍ମ କରିଥିଲେ । ୪ଦିନ ଧରି ବେହୋସ ରହିବା ପରେ ପୀଡିତାକୁ ହତ୍ୟା କରାଯାଇଥିଲା ।  ପୁରା ଘଟମାରେ ମାଷ୍ଟରମାଇଣ୍ଡ ଥିଲା ଗାଁ ମୁଖିଆ ସାଂଝୀ ରାମ । ୧୭ଜାନୁଆରୀରେ ନାବାଳିକାଙ୍କ  ମୃତ ଦେହ ମିଳିବା ପରେ ଧୀରେ ଧୀରେ ଘଟଣାକୁ ନେଇ ସାରା ଦେଶରେ ପ୍ରତିବାଦର ସ୍ବର ଉଠିଥିଲା । ଦୋଷୀଙ୍କୁ ଦମ୍ଡ ଦେବାକୁ ଦାବି ଜୋର ଧରିଥିଲା । ଏପଟେ ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ପ୍ରତି ନିର୍ଦ୍ଧିଷ୍ଟ ସଂପ୍ରଦାୟ ସମର୍ଥନ ବଢୁଥିଲା । ଫଳରେ ଚାର୍ଜସିଟ୍ ଦାଖଲକୁ ନେଇ ସାରା ରାଜ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଏପରିକି କ୍ରାଇମବ୍ରାଞ୍ଚ ଟିମ୍କୁ ମଧ୍ୟ ଆଇନଜୀବୀମାନେ ଅଟକାଇଥିଲେ । ସ୍ଥାନୀୟ ପୋଲିସ ଅଫିସରଙ୍କ ସଂପୃକ୍ତି ଥିବାରୁ ଏହି ମାମଲା ଅତି ସମ୍ବେଦନଶୀଳ ପାଲଟିଯାଇଥିଲା । କ୍ରାଇମବ୍ରାଞ୍ଚ ଗିରଫ କରିଥିବା ଅଭିଯୁକ୍ତଙ୍କ ସମର୍ଥନରେ ହିନ୍ଦୁ ଏକତା ମଞ୍ଚ ବାହାରିବା ପରେ ବିବାଦ ବଢିଥିଲା । ଏହାପରେ ନିରପେକ୍ଷ ଶୁଣାଣି ପାଇଁ ସୁ୍ପ୍ରିମକୋର୍ଟ ଏହି ମାମଲାକୁ ଜମ୍ମୁକାଶ୍ମୀର କଠୁଆରୁ ପଞ୍ଜାବ ପଠାନକୋର୍ଟକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବନ୍ଦ କୋଠରୀ ବିତରେ ପ୍ରତିଦିନ ଶୁଣାଣି କରିବାକୁ ପଠାନକୋଟ ଜିଲ୍ଲା ନ୍ୟାୟାଧୀଶଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜୁନ ୩ତାରିଖରେ ଶୁଣାଣି ଶେଷ କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଶେଷରେ ନିର୍ଦ୍ଦୟ ବଳାତ୍କାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଓ ସେମାନଙ୍କ ଭିତରୁ ତିନି ଜଣଙ୍କୁ ଆଜୀବନ ୩ ଜମଙ୍କୁ ଜରିମାନା ସହ ୫ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

Spread the love
Categories
କ୍ରାଇମଦେଶ-ବିଦେଶବଡ ଖବର

RELATED BY