ରୋମାଂଟିକ୍ ଅନ୍ଦାଜରେ କାର୍ତିକ-ସାରା

ମୁମ୍ବାଇ: ବି-ଟାଉନର କ୍ୟୁଟ କାର୍ତିକ ଆର୍ୟନ ଓ ସାରା ଅଲ୍ଲୀ ଖାନଙ୍କ ରୋମାଂଟିକ୍ ଫିଲ୍ମ ‘ଲଭ ଆଜକଲ’କୁ ନେଇ ଏକ୍ସାଇଟେଡ ଦର୍ଶକ । ପ୍ରଥମଥର ସାରା ଓ କାର୍ତିକଙ୍କ ରୋମାନ୍ସ ଏହି ଫିଲ୍ମରେ ଦେଖିବାକୁ ମିଳିବ । ଯାହାର ଫାଷ୍ଟ ଲୁକ ପୋଷ୍ଟର ଆଜି ରିଲିଜ ହୋଇଯାଇଛି । ପୋଷ୍ଟରରେ କାର୍ତିକ ଶୋଇଥିବା ବେଳେ ସାରା ତାଙ୍କ ଉପରେ ଶୋଇ କିଛି ଭାବୁଥିବାର ନଜର ଆସୁଛନ୍ତି ।

ଫ୍ୟାନ୍ସଙ୍କ ପାଇଁ କାର୍ତିକ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ସେଠାରେ ନାହୁଁ ଯେଉଁଠାରେ ଆମେ ଶୋଇଛି । ଅଲଗା ସ୍ଥାନରେ ଉଡୁଛନ୍ତି ବୀର ଓ ଜୋ ।’ ସେ ପୋଷ୍ଟର ସେୟାର କରି ନିଜର ଓ ସାରାଙ୍କ ଭୂମିକାର ନାମ ଘୋଷଣା କରିଛନ୍ତି ।

ଫିଲ୍ମରେ ବୀର ଭୂମିକାରେ କାର୍ତିକ ଅଭିନୟ କରିବାକୁ ଯାଉଥିବା ବେଳେ ସାରା, ଜୋ ଭୂମିକାରେ ନଜର ଆସିବେ । ଅନ୍ୟପଟେ ସାରା ମଧ୍ୟ ପୋଷ୍ଟର ସେୟାର କରି ଲେଖିଛନ୍ତି, ‘ସାକ୍ଷାତ କରନ୍ତୁ ବୀର ଓ ଜୋଙ୍କ ସହ ।’ ପ୍ରକାଶ ଥାଉକି ଇମତିଆଜ ଅଲ୍ଲୀଙ୍କ ଏହି ରୋମାଂଟିକ୍ ଫିଲ୍ମ ତାଙ୍କ ପ୍ରଥମ ଫିଲ୍ମ ‘ଲଭ ଆଜକଲ’ର ସିକ୍ବେଲ ଫିଲ୍ମ । ପୂର୍ବ ଫିଲ୍ମରେ ସାରାଙ୍କ ପିତା ତଥା ଅଭିନେତା ସୈଫ ଅଲ୍ଲୀ ଖାନ ଓ ଦୀପିକା ପାଦୁକୋନଙ୍କ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିଥିଲା । ଆସନ୍ତା ‘ଭାଲେଂଟାଇନ୍ ଡେ’ରେ ରିଲିଜ ହେବାକୁ ଯାଉଛି ଏହି ରୋମାଂଟିକ୍ ଫିଲ୍ମ ।