ମୁମ୍ବାଇ: ଅନସ୍କ୍ରିନ ଲଭ କପଲ କାର୍ତିକ ଆର୍ୟନ ଓ ସାରା ଅଲ୍ଲୀ ଖାନ ବେଷ୍ଟ କପଲ ଗୋଲ୍ସ ସେଟ କରୁଥିବାର ସବୁବେଳେ ନଜର ଆସନ୍ତି । ଦୁଇଜଣଙ୍କ ଆଗାମୀ ଫିଲ୍ମ ‘ଲଭ ଆଜକଲ’କୁ ନେଇ ଖୁବ୍ ଏକ୍ସାଇଟେଡ ଦର୍ଶକ । କାରଣ ପ୍ରଥମ ଥର ଦୁଇଜଣଙ୍କ ଜବରଦସ୍ତ ରୋମାନ୍ସ ପରଦାରେ ଦେଖିବାକୁ ପାଇବେ ଫ୍ୟାନ୍ସ ।
ବର୍ତମାନ ଫିଲ୍ମର ପ୍ରମୋଶନରେ ଖୁବ୍ ବ୍ୟସ୍ତ ଏହି ଯୋଡି । ଲାଇଭ ଇଭେଂଟ ସହ ସୋସିଆଲ ମିଡିଆରେ ଫିଲ୍ମର ପ୍ରମୋଶନ କରୁଛନ୍ତି ସାରା ଓ ଅଲ୍ଲୀ । ହେଲେ ଇତିମଧ୍ୟରେ କ୍ୟୁଟ କାର୍ତିକ ସାରାଙ୍କ ସହ ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାକୁ ଦେଖି ଖୁସି ହୋଇଛନ୍ତି ଫ୍ୟାନ୍ସ ।
କାରଣ କାର୍ତିକଙ୍କ ରୋମାଂଟିକ ଅନ୍ଦାଜ ପୁଣି ଫଟୋରେ ଦେଖିବାକୁ ମିଳିଛି । ସେ କଥିତ ଲେଡି ଲଭ ସାରାଙ୍କୁ ନିଜ ହାତରେ ଖୁଆଉଥିବାର ନଜର ଆସୁଛନ୍ତି । ଏବେ ଭାଇରାଲ ହେଉଥିବା ଏହି ଫଟୋରେ ଦୁଇଜଣ କାଜୁଆଲ ଆଉଟଫିଟରେ ନଜର ଆସୁଛନ୍ତି । ରୋମାଂଟିକ ଫଟୋ ସହ କାର୍ତିକ କ୍ୟାପସନରେ ଲେଖିଛନ୍ତି, ‘ଖୁବ୍ ପତଳା ହୋଇଗଲେଣି । ଆସନ୍ତୁ ପୂର୍ବ ଭଳି ସୁସ୍ଥ କରିଦେବି।’