କିଛି ସମୟ ପରେ ୟେଦିୟୁରପ୍ପା ସରକାରଙ୍କ ଭାଗ୍ୟ ପରୀକ୍ଷା

ବେଙ୍ଗାଲୁରୁ: ଆଉ କିଛି ସମୟ ପରେ କର୍ଣ୍ଣାଟକରେ ହୋଇଥିବା ୧୫ ବିଧାନସଭା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ଏହା ନେଇ ସକାଳ ୮ଟାରୁ ଭୋଟ ଗଣତି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ତେବେ ଏହାର ଫଳାଫଳ ପରେ ୟେଦିୟୁରପ୍ପା ସରକାର କର୍ଣ୍ଣାଟକରେ ରାଜ୍ କରିବ କି ନାହିଁ ଜଣାପଡିବ । କାରଣ ବିଜେପିକୁ ନିଜ ସରକାର ବଚାଂଇରଖିବା ପାଇଁ ୬ଟି ଆସନରେ ବିଜୟୀ ହେବାକୁ ପଡିବ ।

କାରଣ ବିଜେପି ପାଖରେ ବର୍ତ୍ତମାନ ୧୦୫ ଜଣ ବିଧାୟକ ଅଛନ୍ତି । ଏଥିରେ ସ୍ୱାଧୀନ ବିଧାୟକ ମଧ୍ୟ ସାମିଲ ଅଛନ୍ତି । ନିର୍ବାଚନ ଫଳାଫଳ ନେଇ କଂଗ୍ରେସ ଅନେକ ଆଶା କରୁଛି । କାରଣ ଏହାର ନେତା ଜନତା ଦଳ-ସେକ୍ୟୁଲାର (ଜେଡିଏସ) ପୁଣି ଥରେ ମେଣ୍ଟ କରିବାକୁ ସଂକେତ ଦେଇଛି । ଜାତୀୟ ଗଣମାଧ୍ୟମକୁ ବିକେ ହରିପ୍ରସାଦ କହିଛନ୍ତି ଫଳାଫଳ ପ୍ରକାଶ ପାଇବା ପରେ ବହୁତ କିଛି ବଦଳିଯିବ ।

ୟେଦିୟୁରପ୍ପା କ୍ଷମତାକୁ ଆସିବା ପୂର୍ବରୁ କଂଗ୍ରେସ-ଜେଡିଏସ ସରକାର ଥିଲା । ଏହି ମେଣ୍ଟ ସରକାର ୧୪ ମାସ ଯାଏଁ ପରିଚାଳିତ ହୋଇପାରିଥିଲା । ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ପୂର୍ବତନ ବିଧାନସଭା ବାଚସ୍ପତି ଅଯୋଗ୍ୟ କହିଥିଲେ । ନିକଟରେ ୧୫ଟି ବିଧାନସଭାରେ ଉପ-ନିର୍ବାଚନ କରାଯାଇଥିଲା । ଦୁଇଟି ଆସନ ପାଇଁ ହାଇକୋର୍ଟରେ ମାମଲା ଚାଲିଛି ।

କର୍ଣ୍ଣାଟକରେ ୧୫ ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ସୋମବାର ଘୋଷଣା କରାଯିବ । ନିର୍ବାଚନ ଆୟୋଗର ଜଣେ ଅଧିକାର ରବିବାର ଏହି ସୂଚନା ଦେଇଛନ୍ତି । ଉପନିର୍ବାଚନ ପାଇଁ ଚଳିତ ମାସ ୫ ତାରିଖରେ ମତଦାନ ହୋଇଥିଲା । ନିର୍ବାଚନ ଆୟୋଗର ଅଧିକାରୀ ଜୀ. ଜଦିୟପ୍ପା କହିଛନ୍ତି, ୧୫ ବିଧାନସଭା ଆସନର ମତଗଣନା ପାଇଁ ସୋମବାର ପୂର୍ବାହ୍ନ ୮ଟାରୁ ୧୧ଟି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି । ଏଥିରେ ୪ଟି ସହରାଞ୍ଚଳ ଆସନ ପାଇଁ ୩ଟି କେନ୍ଦ୍ର ବେଙ୍ଗାଲୁରୁରେ ଅଛି । ପୋଷ୍ଟାଲ ମତଗଣନା ପ୍ରଥମେ କରାଯିବ ଏବଂ ଏହା ପରେ ଇଭିଏମ ମତଗଣାନ ହେବ ।