ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା

ବାଙ୍ଗାଲୋର: ଶେଷରେ ୨୪ ଦିନର ପ୍ରତୀକ୍ଷା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି | ଆଜି ରାଜ୍ୟପାଳ ଭାଜୁଭାଇ ଭଲା ୧୭ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥପାଠ କରାଇଛନ୍ତି | ପ୍ରଥମ...

ବାଙ୍ଗାଲୋର: ଶେଷରେ ୨୪ ଦିନର ପ୍ରତୀକ୍ଷା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି | ଆଜି ରାଜ୍ୟପାଳ ଭାଜୁଭାଇ ଭଲା ୧୭ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥପାଠ କରାଇଛନ୍ତି | ପ୍ରଥମ ପର୍ଯ୍ୟାୟରେ ୧୭ ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ କିଛି ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେବେ | ସୂଚନାଯୋଗ୍ୟ ବି ଏସ ୟେଦୁରପ୍ପା ଗତ ଜୁଲାଇ ୨୬ ତାରିଖରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଭାବେ ଚତୁର୍ଥ ଥରଲାଗି ଶପଥ ଗ୍ରହଣ କରିଥିଲେ ।

ସେହି ଦିନଠାରୁ କର୍ଣ୍ଣାଟକର କ୍ୟାବିନେଟର ସଂପ୍ରସାରଣ କେବେ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଜୁଲାଇ ୨୯ ତାରିଖରେ ବି ଏସ ୟେଦୁରପ୍ପା ନିଜ ବହୁମତ ସାବ୍ୟସ୍ତ କରିଥିଲେ | ତେବେ ୨୦ ଦିନରୁ ଅଧିକ ଦିନ ଧରି ଏକୁଟିଆ ମନ୍ତ୍ରୀମଣ୍ଡଳ ସମ୍ଭାଳିବା ନେଇ ଜେଡିଏସ ଓ କଂଗ୍ରେସ ପକ୍ଷରୁ ସମାଲୋଚନା କରିବା ପରେ ବି ଏସ ୟେଦୁରପ୍ପା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟି ତାଙ୍କୁ ସମ୍ଭାବିତ ମନ୍ତ୍ରୀଙ୍କ ତାଲିକା ଦେଇଥିଲେ | ଶାହାଙ୍କ ଅନୁମୋଦନ ପରେ ଏହି ତାଲିକାକୁ ରାଜ୍ୟପାଳଙ୍କ ନିକଟକୁ ଗତକାଲି ପଠାଇଥିଲେ |

Spread the love
Categories
ପଲିଟିକ୍ସ

RELATED BY

  • ସଞ୍ଜୟ ଜାୟସୱାଲଙ୍କୁ ବିହାର ଏବଂ ସତିଶ ପୁନିଆଙ୍କୁ ରାଜସ୍ଥାନ ଦାୟିତ୍ୱ ଦେଲା ବିଜେପି

    ନୂଆଦିଲ୍ଲୀ:ଭାରତୀୟ ଜନତା ପାର୍ଟି ଦୁଇଟି ବଡ ରାଜ୍ୟ ପାଇଁ ନିଜର ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିଛି । ପାର୍ଟି ରାଜସ୍ଥାନର ଦାୟିତ୍ୱ ସତିଶ ପୁନିଆଙ୍କୁ ଦେଇଥିବା ବେଳେ ବିହାରର ଦାୟିତ୍ୱ ସଞ୍ଜୟ ଜାୟସୱାଲଙ୍କୁ ଦେଇଛି । ସୂଚନାଯୋଗ୍ୟ ଯେ ବିହାର...
  • ବିଜେପିର ସେବା ସପ୍ତାହ ଆରମ୍ଭ

    ଭୁବନେଶ୍ୱର:ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସେବା ସପ୍ତାହ ଆଜି ଉଦଘାଟିତ ହୋଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।  ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ...
  • ଅକ୍ଟୋବରରେ ବିଜେପୁର ଉପନିର୍ବାଚନ!

    ନୂଆଦିଲ୍ଲୀ: ଅକ୍ଟୋବର ମାସରେ ଓଡ଼ିଶାର ବିଜେପୁର ସମେତ ଉତ୍ତରପ୍ରଦେଶର ୧୨ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇପାରେ। ଏନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଚାରବିମର୍ଶ ଜାରି ରହିଥିବା ସୂତ୍ରରୁ ଜଣାପଡ଼ିଛି। ଖୁବ୍ ଶୀଘ୍ର ଉପନିର୍ବାଚନ ପାଇଁ ତାରିଖ ଘୋଷଣା...
  • କଂଗ୍ରେସ ଛାଡ଼ିଲେ ବଲିଉଡ ଅଭିନେତ୍ରୀ ଉର୍ମିଳା

    ମୁମ୍ୱାଇ: ମାତ୍ର ୫ ମାସ ପାଇଁ କଂଗ୍ରେସରେ ରହି ନିରାଶ ହୋଇଗଲେ ବଲିଉଡ ଅଭିନେତ୍ରୀ ତଥା ଉତ୍ତର ମୁମ୍ୱାଇ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡେକର। ଆଜି ସେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ଇସ୍ତଫା ବାବଦରେ କହିଛନ୍ତି।...