କର୍ଣ୍ଣାଟକ ବିଧାନସଭା ନିର୍ବାଚନ : ଆଜି ମତଦାନ 

ବାଙ୍ଗାଲୁର  : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆଜି ସକାଳୁ ଆରମ୍ଭ ହୋଇଯାଇଛି ମତଦାନ । ଭୋଟରମାନେ ସେମାନଙ୍କର ମତଦାନ ସାବ୍ୟସ୍ତ ପାଇଁ ଲମ୍ବା ଧାଡ଼ି ବାନ୍ଧିଛନ୍ତି । ରାଜ୍ୟରେ ୫୫,୬୦୦ରୁ ଅଧିକ ମତଦାନ କେନ୍ଦ୍ର ସ୍ଥାପନା କରାଯାଇଛି । ୩.୫ ଲକ୍ଷରୁ ଊଦ୍ଧ୍ୱର୍ କର୍ମଚାରୀଙ୍କୁ ଏଥିରେ ନିୟୋଜିତ କରାଯାଇଛି ।ରାଜ୍ୟରେ ୪.୮୮ କୋଟିରୁ ଅଧିକ ମତଦାନା ୨୬୦୦ରୁ ଅଧିକ ଅଶାୟୀଙ୍କ ଭାଗ୍ୟ ନିର୍ଦ୍ଦାରଣ କରିବେ ।

ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥି ବିଏସ ୟେଜୁରପ୍ପା ସିମୋଗାର ସିକରପୁର ବୁଥରେ ମତଦାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା ପୁତ୍ତୁରରେ ନିଜର ଭୋଟ ପ୍ରଦାନ କରିଛନ୍ତି । ମତଦାନ କରିବା ପୂର୍ବରୁ ୟେଜୁରପା ଗଣମାଧ୍ୟମକୁ କହିଛନ୍ତି ଯେ ଆଜି ହେଉଛି ବହୁତ ଶୁଭ ଦିନ । ପ୍ରତ୍ୟେକଙ୍କୁ ଘରୁ ବାହାରକୁ ଆସି ମତଦାନ କରିବାକୁ ହେବ । ଭାରତୀୟ ଜନତା ଦଳକୁ ନିର୍ବାଚନରେ ୧୫୦ରୁ ଅଧିକ ଆସନ ମିଳିବ ଏବଂ ମେ ୧୭ରେ ଆମେ ସରକାର ଗଢିବାକୁ ଯାଉଛୁ । ସାଧାରଣ ଜନତା ସିଦ୍ଧାରମେୟା ସରକାରଙ୍କ ଉପରେ ଅସନ୍ତୁଷ୍ଟ । ମୁଁ ଜନଗଣଙ୍କୁ ଅନୁରୋଧ କରୁଛି ସେମାନେ ନିଜର ଅସନ୍ତୁଷ୍ଟକୁ ଭୋଟରେ ପରିଣତ କରାନ୍ତୁ । ଚଳିତ ନିର୍ବାଚନରେ ମତଦାନ ପ୍ରତିଶତ ଅଧିକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା ସୂଚାଇବା ସହିତ ଲୋକେ ବିଜେପି ସପକ୍ଷରେ ଥିବା ଦର୍ଶାଇଛନ୍ତି ।