ସୁପ୍ରିମକୋର୍ଟଙ୍କ ନିଷ୍ପତି: ନିର୍ବାଚନ ଲଢିପାରିବେ କର୍ଣ୍ଣାଟକର ଅଯୋଗ୍ୟ ଘୋଷିତ ୧୭ ବିଧାୟକ

ନୂଆଦିଲ୍ଲୀ: କର୍ଣ୍ଣାଟକର କଂଗ୍ରେସ ଓ ଜେଡିଏସର ୧୭ ଅଯୋଗ୍ୟ ବିଧାୟକଙ୍କ ଯାଚିକା ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଅଯୋଗ୍ୟ ଘୋଷିତ ହୋଇଥିବା ୧୭ ବିଧାୟକ ଏଣିକି ନିର୍ବାଚନ ଲଢିପାରିବେ ବୋଲି କୋର୍ଟ କହିଛନ୍ତି । 

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଇସ୍ତଫା ଦେବାପରେ ବିଧାନସଭା ଅଧ୍ୟକ୍ଷଙ୍କ ଅଧିକାର ଶେଷ ହୋଇନଥାଏ । ଅଯୋଗ୍ୟତା ମାମଲାରେ ବିଧାୟକଙ୍କୁ ନିଜର ପକ୍ଷ ରଖିବା ପାଇଁ ସୁଯୋଗ ମିଳିବା ଦରକାର । କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ଅଯୋଗ୍ୟତା ନିଷ୍ପତି ନିଜ ନିଷ୍ପତି ଓ ଅଧିକାର କ୍ଷେତ୍ରରୁ ବାହାରି କରିଥିଲେ । ତେଣୁ ଏହି ବିଧାୟକମାନେ ନିର୍ବାଚନ ଲଢିପାରିବେ । 

ଏତତ୍ ବ୍ୟତୀତ କୋର୍ଟ କହିଛନ୍ତି ଯେ, ସଂସଦୀୟ ଲୋକତନ୍ତ୍ରରେ ସରକାର ଓ ବିରୋଧୀ ଉଭୟଙ୍କରଠାରୁ ନୈତିକତା ଆଶା କରାଯାଏ । ତେଣୁ ସ୍ଥିତିକୁ ଦେଖି କେସର ଶୁଣାଣି କରାଯାଇଛି । ସୂଚନାଯୋଗ୍ୟ, ଅକ୍ଟୋବର ୨୫ରେ ସୁପ୍ରିମକୋର୍ଟ ଶୁଣାଣି କରି ନିଷ୍ପତି ସଂରକ୍ଷିତ ରଖିଥିଲେ । କର୍ଣ୍ଣାଟକରେ ଅଯୋଗ୍ୟତା ପରେ ଖାଲି ପଡିଥିବା ୧୫ଟି ଆସନରେ ଡିସେମ୍ବର ୫ରେ ଶୁଣାଣି ହେବ । ଅଯୋଗ୍ୟ ବିଧାୟକମାନେ ଦାୟର କରିଥିବା ଯାଚିକାରେ ଉପନିର୍ବାଚନ ଉପରେ ରୋକ ଲଗାଇବାକୁ ମଧ୍ୟ ଅପିଲ କରିଛନ୍ତି ।