କର୍ଣ୍ଣାଟକ ସଂକଟ: ବେଙ୍ଗାଲୁରୁରେ ୧୪୪ ଧାରା ଜାରି

ବେଙ୍ଗାଲୁରୁ : କର୍ଣ୍ଣାଟକରେ ରାଜନୈତିକ ସଂକଟ ଜାରି ରହିଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ବାଚସ୍ପତି କହିଛନ୍ତି। ଶ୍ରୀ କୁମାରସ୍ବାମୀ  ଏବେ ଗୃହରେ ବିବୃତ୍ତି ଦେଇ ରାଜନୀତିକୁ ଆସିବା ଭୁଲ ହୋଇଗଲା ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ରାଜ୍ୟ ସରକାର ବେଙ୍ଗାଲୁରୁରେ ୧୪୪ ଧାରା ଜାରି କରିଛନ୍ତି। ସହରରେ ସମସ୍ତ ମଦ ଦୋକାନକୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କୁହାଯାଇଛି।