ଘର ଢିଙ୍କି କୁମ୍ଭିର : ଅଡୁଆରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ

କର୍ଣ୍ଣାଟକ : ଘର ଭିତରେ ହିଁ ଅଡୁଆ। ଏମିତି ଅଡୁଆରେ ପଡ଼ିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ । ଗୋଟିଏ ପଟେ କଂଗ୍ରେସ ସମର୍ଥନରେ ସରକାର ଚଳାଉଛନ୍ତି ଏଚ.ଡି କୁମାରସ୍ବାମୀ । କିନ୍ତୁ କଂଗ୍ରେସର ଚାପ ତାଙ୍କ ପାଇଁ ଅସହ୍ୟ ହେଲାଣି । ଯେଉଁଥିରେ ଅତିଷ୍ଠ ହୋଇ ଏଚ.ଡି କୁମାରସ୍ବାମୀ କହିଲେଣି ଯେ ଯଦି ଏମିତି ଚାଲିବ ତେବେ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି । କୁମାର ସ୍ବାମୀଙ୍କ ଏମିତି ରିଆକ୍ସନକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ସେପଟେ ସୁମାରସ୍ବାମୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲିକାଆର୍ଜୁନ ଖଡଗେ ।