ସୁସ୍ଥ ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କରୋନା ଭାଇରସ୍‌କୁ ମାତ୍‌ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ସେ କରୋନାରୁ ସୁସ୍ଥ ହୋଇଛନ୍ତି। ଅଗଷ୍ଟ ୨ରେ ୟେଦୁରପ୍ପାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଗୋଟିଏ ସ୍ୱତନ୍ତ୍ର ଟିମ ତାଙ୍କର ଚିକିତ୍ସା କରୁଥିଲେ। ହସ୍ପିଟାଲରେ ଥିଲା ବେଳେ ମଧ୍ୟ ସେ ସରକାର କାମ କରିବା ସହ ଏକାଧିକ ଫାଇଲରେ ଦସ୍ତଖତ କରୁଥିବା ଫଟୋ ସାମ୍ନାକୁ ଆସିଥିଲା। ହେଲେ ଆଜି ସେ ପୂରା ଠିକ୍‌ ହୋଇଯିବାରୁ ତାଙ୍କୁ ହସ୍ପିଟାଲରୁ ଘରକୁ ପଠାଇ ଦିଆଯାଇଛି। ଏବେ ସେ ଗୋଟିଏ ସପ୍ତାହ ଘରେ ଆଇସୋଲେସନରେ ରହିବେ ବୋଲି ଜଣାପଡ଼ିଛି।