କର୍ଣ୍ଣାଟକରେ ସ୍ଥିତି ବଜାୟ ରଖିଲା ୟେଦୁରପ୍ପା ସରକାର; ବିଜୟ ହାସଲ କଲା ବିଜେପି

୧୫ରୁ ୧୨ଟି ଆସନ ନିଜ ଆଡକୁ କଲା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହୋଇଥିବା ୧୫ଟି ବିଧାନସଭା ଆସନର ଫଳାଫଳ ପ୍ରକାଶ ପାଇଛି । ଯେଉଁଥିରେ ୟେଦୁରପ୍ପା ସରକାର ବିଜୟ ହାସଲ କରିଛି । ବିଜେପି ୧୫ଟି ଆସନରୁ ୧୨ଟି ଆସନରେ ବାଜିମାତ୍ କରି ନିଜର ସ୍ଥାନ କାଏମ ରଖିବାରେ ସଫଳ ହୋଇଛି ।
ଅପରପକ୍ଷେ କଂଗ୍ରେସ ୨ଟି ଆସନରେ ଜିତିଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଖାତା ଖୋଲି ନ ଥିବା ଜଣାପଡିଛି ।

ଦଳର ବିଜୟ ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ରାଜ୍ୟର ଭୋଟରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ବି ଧନ୍ୟବାଦ ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ଆହୁରି ମଧ୍ୟ କହିଛନ୍ତି ଯେ ସେ ବିଜୟୀ ହୋଇଥିବା ୧୨ଜଣ ବିଧାୟକଙ୍କ ମଧ୍ୟରୁ ୧୧ଜଣଙ୍କୁ ନିଜ କ୍ୟାବିନେଟରେ ସ୍ଥାନ ଦେବେ। ଏସଂପର୍କରେ ସେ ୩-୪ ଦିନ ଭିତରେ ନୂଆଦିଲ୍ଲୀ ଯାଇ ଏହାକୁ ଅନ୍ତିମ ରୂପ ଦେବେ।

ସୂଚନାଯୋଗ୍ୟ, କର୍ଣ୍ଣାଟକରେ ଆଜି ୧୫ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନର ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ସକ୍ଷମ ହୋଇଛି।