କର୍ଣ୍ଣାଟକ ରାଜନୀତି ସଙ୍କଟ : ୧୮ରେ ଆସ୍ଥା ଭୋଟ

ବେଙ୍ଗାଲୁରୁ : ଆସନ୍ତା ଗୁରୁବାର କର୍ଣ୍ଣାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଆସ୍ଥା ଭୋଟ୍ର ସମ୍ମୁଖୀନ ହେବେ । ସୋମବାର ବାଚସ୍ପତି କେଆର୍ ରମେଶ କୁମାର ବିଧାନସଭାରେ ଏ ସମ୍ପର୍କିତ ସୂଚନା ଦେଇଛନ୍ତି । କୁମାରସ୍ୱାମୀଙ୍କ କ୍ୟାବିନେଟର କିଛି ମନ୍ତ୍ରୀଙ୍କ...

ବେଙ୍ଗାଲୁରୁ : ଆସନ୍ତା ଗୁରୁବାର କର୍ଣ୍ଣାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଆସ୍ଥା ଭୋଟ୍ର ସମ୍ମୁଖୀନ ହେବେ । ସୋମବାର ବାଚସ୍ପତି କେଆର୍ ରମେଶ କୁମାର ବିଧାନସଭାରେ ଏ ସମ୍ପର୍କିତ ସୂଚନା ଦେଇଛନ୍ତି । କୁମାରସ୍ୱାମୀଙ୍କ କ୍ୟାବିନେଟର କିଛି ମନ୍ତ୍ରୀଙ୍କ ସମେତ ୧୬ ବିଧାୟକ ବାଚସ୍ପତିଙ୍କୁ ଇସ୍ତଫାପତ୍ର ଦେବା ପରେ କର୍ଣ୍ଣାଟକର କଂଗ୍ରେସ-ଜେଡିଏସ୍ ମିଳିତ ସରକାର ପ୍ରତି ବିପଦ ସୃଷ୍ଟି ହୋଇଥିଲା । ବିଦ୍ରୋହୀ ବିଧାୟକଙ୍କ ମଧ୍ୟରେ ଇସ୍ତଫାପତ୍ର ଉପରେ ବାଚସ୍ପତି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରୁନଥିବାରୁ ମାମଲା ସୁପ୍ରିମକୋର୍ଟରେ ପହଞ୍ôଚଛି । ମଙ୍ଗଳବାର ସୁପ୍ରିମକୋର୍ଟରେ ବିଦ୍ରୋହୀ ବିଧାୟକଙ୍କ ମାମଲାର ଶୁଣାଣି ହେବ । ଆସ୍ଥା ଭୋଟ ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାର ବିରୋଧୀ ଦଳ ନେତା ବିଏସ୍ ୟେଦ୍ୟୁରାପ୍ପା, ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ସମେତ ମିଳିତ ସରକାରର ଅନ୍ୟ ସଭ୍ୟମାନେ ବୈଠକରେ ଯୋଗ ଦେଇଥିଲେ । ବିରୋଧୀ ଦଳ ମଙ୍ଗଳବାର ଓ ବୁଧବାର ଗୃହକାର୍ଯ୍ୟ ବର୍ଜନ କରିବା ପାଇଁ ଘୋଷଣା କରିବା ପରେ ବାଚସ୍ପତି ଗୁରୁବାର ଆସ୍ଥାଭୋଟ ଲୋଡ଼ିବା ପାଇଁ ନିଷ୍ପତ୍ତି ଶୁଣାଇ ଥିଲେ । ଗୃହ ପରାମର୍ଶଦାତା କମିଟି ବୈଠକରେ ଶାସକ ଓ ବିରୋଧୀ ଦଳ ସଭ୍ୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିବା ଜଣାପଡ଼ିଛି । ବିଜେପି ସଭ୍ୟମାନେ ସୋମବାର ଆସ୍ଥାଭୋଟ ଲୋଡ଼ିବ ପାଇଁ ଦାବି କରିଥିଲା ବେଳେ କ୍ଷମତାସୀନ ସରକାରର ସଭ୍ୟମାନେ ତାହାକୁ ଏଡ଼ାଇ ଯାଇଥିଲେ । ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଆସ୍ଥାଭୋଟ ଲୋଡ଼ିବା ପାଇଁ ଘୋଷଣା କରିଥିଲେ ମଧ୍ୟ ନିର୍ଦ୍ଧାରିତ ତାରିଖ ଜଣାଇନଥିଲେ । କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସର ୭୮, ଜେଡି(ଏସ୍)ର ୩୭ ଓ ବିଏସ୍ପିର ଜଣେ ବିଧାୟକ ଅଛନ୍ତି । ୨୨୪ ଆସନ ବିଶିଷ୍ଟ ବିଧାନସଭାରେ କୁମାରସ୍ୱାମୀଙ୍କ ମେଣ୍ଟ ୧୧୬ ଆସନ ଦଖଲ କରିଥିବାବେଳେ ବିଜେପିର ୧୦୭ ବିଧାୟକ ଅଛନ୍ତି ।

Spread the love
Categories
ଦେଶ-ବିଦେଶପଲିଟିକ୍ସ

RELATED BY