କାରଗିଲ ଯୁଦ୍ଧରେ ଲଢ଼ିଥିବା ଯବାନ ବିଦେଶୀ ଘୋଷିତ

ନୂଆଦିଲ୍ଲୀ: ଦୁଇ ଦଶନ୍ଧି ପୂର୍ବେ କାରଗିଲ ଯୁଦ୍ଧରେ ଲଢ଼ିଥିବା ଭାରତୀୟ ଯବାନ ମହମ୍ମଦ ସନାଉଲ୍ଲାଙ୍କୁ ବିଦେଶୀ ଘୋଷଣା କରାଯାଇଛି। ଏହା ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ୫୨ ବର୍ଷୀୟ ସନାଉଲ୍ଲା ବର୍ତ୍ତମାନ ଆସାମ ପୁଲିସରେ ଏଏସଆଇ ଭାବେ...

ନୂଆଦିଲ୍ଲୀ: ଦୁଇ ଦଶନ୍ଧି ପୂର୍ବେ କାରଗିଲ ଯୁଦ୍ଧରେ ଲଢ଼ିଥିବା ଭାରତୀୟ ଯବାନ ମହମ୍ମଦ ସନାଉଲ୍ଲାଙ୍କୁ ବିଦେଶୀ ଘୋଷଣା କରାଯାଇଛି। ଏହା ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ୫୨ ବର୍ଷୀୟ ସନାଉଲ୍ଲା ବର୍ତ୍ତମାନ ଆସାମ ପୁଲିସରେ ଏଏସଆଇ ଭାବେ କାର୍ଯ୍ୟରତ ଅଛନ୍ତି। ବିଦେଶୀମାନଙ୍କ ପାଇଁ ଗଠିତ ନ୍ୟାୟାଧିକରଣ ସନାଉଲ୍ଲାଙ୍କୁ ବିଦେଶୀ ଘୋଷଣା କରିଛି।

ସନାଉଲ୍ଲା ଆସାମର କାମରୂପ ଜିଲା ବୋକୋ ଥାନା ଅନ୍ତର୍ଗତ କୋଲୋହିକାଶ ଗାଁର ନିବାସୀ। କାମରୂପ ଜିଲାର ଏସପି ସଞ୍ଜୀବ ସୌକିୟା କହିଛନ୍ତି, ୨୦୦୮ରେ ସନାଉଲ୍ଲାଙ୍କ ନାମ ମତଦାତା ସୂଚୀରେ ‘ଡି’(ସନ୍ଦିଗ୍ଧ) ମତଦାତା ରୂପେ ସ୍ଥାନିତ କରାଯାଇଥିଲା। ନ୍ୟାୟାଧିକରଣଙ୍କ ନିଷ୍ପତ୍ତି ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ସହିତ ସନାଉଲ୍ଲାଙ୍କୁ ଗୋଲପଡ଼ା ଜେଲ ହାଜତକୁ ପଠାଇ ଦିଆଯାଇଛି। ଜେଲ ଯିବା ପୂର୍ବରୁ ସନାଉଲ୍ଲା କହିଛନ୍ତି ଯେ, ସେ ଭାରତୀୟ ନାଗରିକ। ତାଙ୍କ ପରିବାର ୧୯୩୫ରୁ ଆସାମରେ ରହିଆସୁଛନ୍ତି। ତାଙ୍କ ପାଖରେ ନାଗରିକତା ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ରହିଛି। ସେ ନ୍ୟାୟାଧିକରଣଙ୍କ ନିଷ୍ପତ୍ତି ବିରୋଧରେ ଗୁଆହାଟୀ ହାଇକୋର୍ଟରେ ଅପିଲ କରିବେ ବୋଲି କହିଛନ୍ତି।

Spread the love
Categories
ଦେଶ-ବିଦେଶ

RELATED BY

  • ଜେଏନୟୁ ଛାତ୍ରଙ୍କ ବିରୋଧରେ ଏଫଆଇଆର

    ନୂଆଦିଲ୍ଲୀ:ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଫ’ ବୃଦ୍ଧିକୁ ନେଇ ଛାତ୍ରଙ୍କ ବିରୋଧ-ପ୍ରଦର୍ଶନ ଏବଂ ତାଙ୍କ ଉପରେ ପୁଲିସ କାର‌୍ୟ୍ୟାନୁଷ୍ଠାନକୁ ନେଇ ଲୋକସଭାରେ ଉଠିଥିବା ଚର୍ଚ୍ଚା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ ପୁଲିସ ସୋମବାର ଦିନ ପ୍ରଦର୍ଶନ...
  • ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୨ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏନେଇ ସେ ଟୁଇଟରରେ ଉଲ୍ଲେଖ କରିଛନ୍ତି । ଠିକ ସେହିପରି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା...
  • ହସ୍ପିଟାଲରୁ ଫେରିଲେ ନୁସରତ

    କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି)ସାଂସଦ ତଥା ବେଙ୍ଗଲୀ ଅଭିନେତ୍ରୀ ନୁସରତ ଜହାଁଙ୍କୁ ରବିବାର-ନଭେମ୍ବର ୧୭)ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ନୁସରତଙ୍କୁ ଗତକାଲି (ସୋମବାର) ହସ୍‌ପିଟାଲରୁ ଛୁଟି ମିଳି ଯାଇଛି। ହସ୍‌ପିଟାଲ୍‌ରୁ ଛୁଟି ମିଳି ଯାଇଥିଲେ ହେଁ...
  • ସୀମାରୁ ୨ ଭାରତୀୟ ନାଗରିକ ଗିରଫ

    ନୂଆଦିଲ୍ଲୀ:ଭାରତଠୁ ବିଚଳିତ ହୋଇପଡିଥିବା ପାକିସ୍ତାନ ପ୍ରତିଦିନ କିଛି ନା କିଛି ନୂଆ ଷଡଯନ୍ତ୍ର ରଚୁଛି । ଗତକାଲି ପାକିସ୍ତାନ ଚ୍ୟାନେଲରେ ଦୁଇଜଣ ଭାରତୀୟଙ୍କ ଗିରଫଦାରି ଖବର ଦେଖାଯାଇଥିଲା । ଏହି ଦୁଇଜଣ ବିନା ପାସପୋର୍ଟରେ ପାକିସ୍ତାନରେ ଅନୁପ୍ରବେଶ କରୁଥିଲେ ବୋଲି...