ବିଜୟ ଦିବସ ଅବସରରେ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି କାରଗିଲ ବିଜୟ ଦିବସ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂ ‘ନ୍ୟାସନାଲ ୱାର ମେମୋରିଆଲ’ ଠାରେ ବୀର ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ତାଙ୍କ ସହ ଥିଲେ ଏମଓଏସ ଡିଫେନ୍ସ ଶ୍ରୀପଦ ନାୟକ ଏବଂ ତିନିଜଣ ସେବା ମୁଖ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

୧୯୯୯ ମସିହା ଆଜିର ଦିନରେ ଦୁଷ୍ଟ ପାକିସ୍ତାନ ଉପରେ ବିଜୟ ଲାଭ କରିଥିଲେ ଆମ ଭାରତୀୟ ବୀର ମାନେ । କାଶ୍ମୀରର କାରଗିଲ୍ ଜିଲ୍ଲାରେ ୧୯୯୯ ମସିହା ମେ ୩ ତାରିଖ ରୁ ଜୁଲାଇ ୨୬ ତାରିଖ ଯାଏଁ ଚାଲିଥିଲା ଏହି ମହାସମର । ଭାରତର ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ପ୍ରମୁଖ ଯୁଦ୍ଧ। କାରଗିଲ୍ ଯୁଦ୍ଧକୁ ‘ଅପରେସନ୍ ବିଜୟ’ ନାମ ଦିଆଯାଇଥିଲା । ୧୯୯୯ ମସିହା ଜୁଲାଇ ୨୬ ତାରିଖ ଠାରୁ ଭାରତରେ ପ୍ରତି ବର୍ଷ ବିଜୟ ଦିବସ ପାଳନ କରାଯାଉଛି।