ଆଜି ‘କାରଗିଲ ବିଜୟ ଦିବସ’

ନୂଆଦିଲ୍ଲୀ: ‘କାରଗିଲ୍ ବିଜୟ ଦିବସ’କୁ ପୁରିଲା ୨୧ ବର୍ଷ । ୧୯୯୯ ମସିହା ଆଜିର ଦିନରେ ଦୁଷ୍ଟ ପାକିସ୍ତାନ ଉପରେ ବିଜୟ ଲାଭ କରିଥିଲେ ଆମ ଭାରତୀୟ ବୀର ମାନେ । କଶ୍ମୀରର କାରଗିଲ୍ ଜିଲ୍ଲାରେ ୧୯୯୯ ମସିହା ମେ ୩ ତାରିଖ ରୁ ଜୁଲାଇ ୨୬ ତାରିଖ ଯାଏଁ ଚାଲିଥିଲା ଏହି ମହାସମର । ଭାରତର ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ପ୍ରମୁଖ ଯୁଦ୍ଧ। କାରଗିଲ୍ ଯୁଦ୍ଧକୁ ‘ଅପରେସନ୍ ବିଜୟ’ ନାମ ଦିଆଯାଇଥିଲା । ‘ଅପରେସନ ବିଜୟ’ ଅଭିଯାନ ସଫଳ ହେବାସହ ପାକିସ୍ତାନୀ ଅନୁପ୍ରବେଶକାରୀ ମାନେ ଦଖଲ କରିଥିବା ସମସ୍ତ ଘାଟି ହରାଇଥିଲେ । ୧୯୯୯ ମସିହା ଜୁଲାଇ ୨୬ ତାରିଖ ଠାରୁ ଭାରତରେ ପ୍ରତି ବର୍ଷ ବିଜୟ ଦିବସ ପାଳନ କରାଯାଉଛି।

ପାକିସ୍ତାନ ବିପକ୍ଷରେ ବୀରତ୍ୱର ସହ ଯୁଦ୍ଧ କରି ବିଜୟ ହୋଇଥିଲା ଭାରତୀୟ ସେନା । ପରେ ଏଲଓସି ନିକଟବର୍ତ୍ତୀ କାରଗିଲର ଟାଇଗର ହିଲ୍, ଟ୍ରୋଲ ଲିଙ୍ଗ୍ ଭଳି ପର୍ବତ ଶିଖର ଉପରେ ଫରଫର୍ ହୋଇ ଉଡିଥିଲା ତ୍ରିରଙ୍ଗା । ଏହି ଯୁଦ୍ଧ ପାଖାପାଖି ୬୦ ଦିନ ଧରି ଚାଲିଥିଲା ବେଳେ କାରଗିଲର ଐତିହାସିକ ବିଜୟର ୨୧ ତମ ପୂର୍ତ୍ତି ଅବସରରେ ସାରା ଦେଶ ଏହି ବୀର ସହିଦ ଯବାନଙ୍କୁ ମନେ ପକାଉଛି । କାରଗିଲ୍ ଯୁଦ୍ଧରେ ଦେଶ ପାଇଁ ସହିଦ ହୋଇଥିବା ୫୨୭ ଜଣ ଭାରତୀୟ ବୀର ଯବାନମାନଙ୍କ ସ୍ମରଣାର୍ଥେ ଜୁଲାଇ ୨୬ ତାରିଖ ଦିନ ବିଜୟ ଦିବସ ପାଳନ କରାଯାଉଛି।

ଆଜି ପରିସ୍ଥିତି ସାମାନ୍ୟ ଥିଲେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ସଶସ୍ତ୍ର ସେନାର ଅବଦାନକୁ ପାଳନ କରିବା ପାଇଁ ଉତ୍ତର ଭାରତର କାର୍ଗିଲ୍-ଡ୍ରାସ୍ ସେକ୍ଟର୍ ଠାରୁ ଆରମ୍ଭ କରି ଦିଲ୍ଲୀ ଏବଂ ଆସାମ ଯାଏଁ ଉତ୍ସବ ଆୟୋଜନ କରାଯାଇଥାନ୍ତା।