ପୁଲିସ୍ ଅଫିସର୍‌ ଭୂମିକାରେ ବେବୋ

ମୁମ୍ବାଇ: ବଲିଉଡ୍‌ର ‘ବେବୋ’ ମାନେ କରୀନା କପୁର ଖାନ୍‌ଙ୍କର ଏକ ନୂଆ ଫିଲ୍ମ ଆସୁଛି। ଏହାର ନାଁ ‘ଅଂଗ୍ରେଜି ମିଡିୟମ୍‌’। ଆଉ ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ ଜଣେ ପୁଲିସ୍ ଅଫିସର୍‌ ଭୂମିକାରେ ଅଭିନୟ କରୁଛନ୍ତି। ଇତି...

ମୁମ୍ବାଇ: ବଲିଉଡ୍‌ର ‘ବେବୋ’ ମାନେ କରୀନା କପୁର ଖାନ୍‌ଙ୍କର ଏକ ନୂଆ ଫିଲ୍ମ ଆସୁଛି। ଏହାର ନାଁ ‘ଅଂଗ୍ରେଜି ମିଡିୟମ୍‌’। ଆଉ ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ ଜଣେ ପୁଲିସ୍ ଅଫିସର୍‌ ଭୂମିକାରେ ଅଭିନୟ କରୁଛନ୍ତି। ଇତି ମଧ୍ୟରେ ତାଙ୍କର ଫଟୋ ସାମ୍ନାକୁ ଆସିଛି। ଏହି ଫଟୋଟି ‘ଅଂଗ୍ରେଜି ମିଡିୟମ୍‌’ ଫିଲ୍ମ ଶୁଟିଂ ବେଳର। କେହି ଜଣେ ଫ୍ୟାନ୍ ଫଟୋଟିକୁ ଉଠାଇ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି।

ଏହି ଫଟୋରେ କରୀନା ଏକ ବ୍ରାଉନ୍ ଟପ୍ ଓ ଡେନିମ୍ ଜିନ୍ସ ସହିତ ବୁଟ୍‌ ପିନ୍ଧିଛନ୍ତି। ଏହି ଲୁକ୍‌ରେ ସେ ବେଶ୍ ଷ୍ଟାଇଲିଶ୍‌ ଦେଖାଯାଉଛନ୍ତି। ଏଥିରୁ ଜଣାପଡ଼ୁଛି, ସେ ଏହି ଫିଲ୍ମରେ ଜଣେ ଷ୍ଟାଇଲିଶ୍‌ ପୁଲିସ୍ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି।

ନିଜ ନୂଆ ରୋଲ୍ ସଂପର୍କରେ ଏ ନ୍ୟୁଜ୍ ଚ୍ୟାନେଲ୍‌କୁ ଦେଇଥିବା ସାକ୍ଷାତକାରରେ କରୀନା କହିଛନ୍ତି,“ଏହା ଏକ ଛୋଟ ରୋଲ୍‌। କିନ୍ତୁ ମୁଁ ମୋ କଂଫୋର୍ଟ ଜୋନ୍ ଭିତରୁ ବାହାରି କିଛି ଅଲଗା ଚରିତ୍ରରେ ଅଭିନୟ କରିବା ପାଇଁ ଚାହୁଁଥିଲି।”

‘ଅଂଗ୍ରେଜି ମିଡିୟମ୍‌’ ହେଉଛି ୨୦୧୬ରେ ରିଲିଜ୍ ହୋଇଥିବା ‘ହିନ୍ଦୀ ମିଡିୟମ୍‌’ର ସିକ୍ୱେଲ୍‌। ‘ହିନ୍ଦୀ ମିଡିୟମ୍‌’ରେ ଇର୍‌ଫାନ୍ ଖାନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ‘ଅଂଗ୍ରେଜି ମିଡିୟମ୍‌’ରେ ମଧ୍ୟ ଲିଡ୍‌ ରୋଲ୍‌ରେ ଅଭିନୟ କରୁଛନ୍ତି।

ନ୍ୟୁରୋଏଣ୍ଡ୍ରୋକ୍ରାଇନ୍‌ ଟ୍ୟୁମର ରୋଗରେ ପୀଡ଼ିତ ହୋଇ ବିଦେଶରେ ଚିକିତ୍ସିତ ହୋଇ ଫେରିବା ପରେ ଇର୍‌ଫାନ୍‌ଙ୍କର ଏହା ହେଉଛି ପ୍ରଥମ ଫିଲ୍ମ। ତାଙ୍କ ସହିତ ଏହି ଫିଲ୍ମରେ ରାଧିକା ମଦାନ ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି।





Spread the love
Categories
ମନୋରଞ୍ଜନ

RELATED BY

  • ୱେବ ସିରିଜରେ ଅର୍ଜୁନ୍

    ମୁମ୍ବାଇ: ଗତବର୍ଷ ଫିଲ୍ମ “ପଲଟନ୍” ଫ୍ଲପ ପରେ ୍ରୁୁଅର୍ଜୁନ ରାମପାଲ୍ ଡିଜିଟାଲ ମିଡିଆ ପ୍ଲାଟଫର୍ମରେ ପାଦ ଥାପିଛନ୍ତି । ତେବେ ଚଳିତ ବର୍ଷ “ଦି ଫାଇନାଲ କଲ” ନାମକ ଏକ ୱେବ ସିରିଜରେ ତାଙ୍କୁ ଦେଖିବାକୁ ମିଳିଥିଲା । ଯାହା...
  • ଜସ୍ମିନଙ୍କ ନାଗିନ୍ ଲୁକ୍

    ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଏକତା କପୁରଙ୍କ ସୁପରହିଟ୍ ସିରିଏଲ “ନାଗିନ୍-୪”ର ଆଉ ଏକ ପ୍ରମୋ ସାମ୍ନାକୁ ଆସିଛି । ପ୍ରଥମେ ଏହାର ଏକ ପ୍ରମୋ ସାମ୍ନାକୁ ଆସିଥିଲା । ଯେଉଁଥିରେ ନାଗିନ୍ ଲୁକରେ କେଉଁ ଟିଭି...
  • ୩ ଅଣ୍ଡା ପାଇଁ ବିଶାଲ ଶେଖର ଦେଲେ ୧୬୭୨ ଟଙ୍କା

    ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଶେଖର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ଥାନ୍ତି । ତାଙ୍କୁ ୩ ଟି ଅଣ୍ଡା ପାଇଁ ୧୬୭୨ ଟଙ୍କା ଦେବାକୁ ପଡିଲା ବୋଲି ସେ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି...
  • କେବିସିରେ ନଜର ଆସିବେ ଓଡ଼ିଶାର ସାଂସଦ ଅଚ୍ୟୁତ ସାମନ୍ତ

    ଭୁବନେଶ୍ବର: କନ୍ଧମାଳ ସାଂସଦ ତଥା ଓଡ଼ିଶାର ପରିଚିତ ସମା‌ଜସେବୀ ତଥା ଶିକ୍ଷାବିତ୍‌ ଅଚ୍ୟୁତ ସାମନ୍ତ ଖୁବ୍ ଶୀଘ୍ର ଅମିତାଭ ବଚ୍ଚନ ହୋଷ୍ଟ୍‌ କରୁଥିବା ରିୟଲିଟି ସୋ’ ‘କୌନ୍‌ ବନେଗା କରୋଡପତି(କେବିିସି)’ରେ ଦେଖିବାକୁ ମିଳିବେ। ପୂର୍ବରୁ ଓଡ଼ିଶାରୁ ‌ଦୌଡ଼ରାଣୀ ଦୂତୀ ଚାନ୍ଦ...