ଇନଷ୍ଟ୍ରାଗ୍ରାମରେ ବେବୋଙ୍କ ଏଂଟ୍ରି

ମୁମ୍ବାଇ: ବଲିଉଡର ସବୁ କଳାକାର ବର୍ତମାନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଛନ୍ତି । ସୋସିଆଲ ମିଡିଆ ଜରିଆରେ ସେ ଫ୍ୟାନ୍ସଙ୍କ ସହ ସିଧା କନେକ୍ଟ ହୋଇପାରୁଛନ୍ତି । ହେଲେ ଅନେକ ଷ୍ଟାର୍ସ ଏମିତି ଥିଲେ ଯିଏ ସୋସିଆଲ ମିଡିଆଠୁ ସବୁବେଳେ ଦୂରେଇ ରହୁଥିଲେ । ଏହି କ୍ରମରେ କରୀନା କପୁର ଖାନ, ସୈଫ ଅଲ୍ଲୀ ଖାନ, ରଣବୀର କପୁର, କଙ୍ଗନା ରଣାୱତଙ୍କ ନାମ ସାମିଲ ଥିଲା । କିନ୍ତୁ କରୀନା ବର୍ତମାନ ଏହି ତାଲିକାରୁ ବାଦ୍ ପଡିଛନ୍ତି । କାରଣ ସେ ଇନଷ୍ଟାଗ୍ରାମରେ ପଦାର୍ପଣ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଏଣ୍ଟ୍ରିକୁ ନେଇ ଖୁବ୍ ଏକ୍ସାଇଟେଡ ଫ୍ୟାନ୍ସ ।

ଏହି ଅବସରରେ ସେ କହିଛନ୍ତି ସେ ଲାଇକ ଓ କମେଂଟ ଦୁନିଆରୁ ଦୂରେଇ ରହିବାକୁ ଚାହୁଁଥିଲେ । ଆଉ ନିଜ ବ୍ୟକ୍ତିଗତ ଜୀବନକୁ ସବୁବେଳେ ବ୍ୟକ୍ତିଗତ ରଖିବାକୁ ଚାହୁଁଥିଲେ । ସେ ଗୁରୁବାର ଇନଷ୍ଟାଗ୍ରାମରେ ନିଜର ଆକାଉଂଟ ଖୋଲିଛନ୍ତି । ମାତ୍ର କିଛି ଘଂଟା ମଧ୍ୟରେ ୪ ଲକ୍ଷରୁ ଅଧିକ ଲୋକ ଫଲୋ କରିବା ଆରମ୍ଭ କରିଦେଇଛନ୍ତି । ଆଉ ତାଙ୍କ ଫଲୋଅର୍ସ ଗୋଟିଏ ଗୋଟିଏ ମିନିଟରେ ବଢିବାରେ ଲାଗିଛି ।

ସେହିପରି କିଛି ସେଲିବ୍ରିଟି ମଧ୍ୟ ତାଙ୍କୁ ଫଲୋ କରୁଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଅମୃତା ଅରୋରା, କ୍ରିତି ସାନନ, ମନୀଷ ମଲହୋତ୍ରା, ସୋନମ କପୁର, ପରିଣୀତି ଚୋପ୍ରାଙ୍କ ଭଳି ଷ୍ଟାର୍ସ ।