ଆଜି କର୍ଣ୍ଣାଟକରେ ଆସ୍ଥା ଭୋଟ୍‌

ବେଙ୍ଗାଲୁରୁ : ଦୀର୍ଘ ଦିନ ଧରି କ୍ଷମତାକୁ ନେଇ କର୍ଣ୍ଣାଟକର ଶାସକ ଦଳ (ଜେଡିଏସ-କଂଗ୍ରେସ) ଏବଂ ବିରୋଧୀ (ବିଜେପି) ଦଳ ମଧ୍ୟରେ ଚାଲିଥିବା ଛକାପଞ୍ଝାର ଆଜି ହେଉଛି ଅନ୍ତିମ ଦିନ। ଆଉ କିଛି ସମୟ ପରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ ଓ ତା’ପରେ ଜଣାପଡ଼ିବ ସେ ସରକାରରେ ରହିବେ ନା ନାହିଁ। ଶାସକ ମେଣ୍ଟର ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଯୋଗୁଁ କୁମାରସ୍ୱାମୀ ସରକାର ସଙ୍କଟରେ ପଡ଼ିଛନ୍ତି। ଉଭୟ ଜେଡିଏସ-କଂଗ୍ରେସ ମେଣ୍ଟ ଆସ୍ଥା ଭୋଟରେ ବିଜୟୀ ହେବେ ବୋଲି କହୁଥିବା ବେଳେ ବିରୋଧୀ ଦଳରେ ଥିବା ବିଜେପି ମଧ୍ୟ କ୍ଷମତା ଅକ୍ତିଆର କରିବ ବୋଲି ଆଶା ରଖିଛି। ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କହିଛନ୍ତି ସୋମବାର ମେଣ୍ଟ ସରକାରର ଶେଷଦିନ।