ଇସ୍ତଫା ଦେବେ କୁମାରସ୍ୱାମୀ!

ବେଙ୍ଗାଲୁରୁ: ଜୁଲାଇ ୬ରୁ ଆରମ୍ଭ ହୋଇଥିବା କର୍ଣ୍ଣାଟକା ନାଟକରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ଆଜି ବିଧାନସଭାରେ ଆସ୍ଥା ଭୋଟ ହେବାର ଥିଲା। କିନ୍ତୁ ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ଏଥିପାଇଁ ସେ ସନ୍ଧ୍ୟା ୭ଟାରେ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ସାକ୍ଷାତ କରିବେ।

ଏହି ସମୟରେ ହିଁ ସେ ନିଜ ପଦରୁ ଇସ୍ତଫା ଦେବା କଥା ତାଙ୍କୁ ଜଣାଇବେ। କୁମାରସ୍ୱାମୀଙ୍କ ସରକାରଙ୍କ ପାଖରେ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ନଥିବାରୁ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। କର୍ଣ୍ଣାଟକାର ମେଣ୍ଟ ସରକାରଙ୍କୁ ସମର୍ଥନ ଦେଉଥିବା ୧୬ ଜଣ ବିଧାୟକ ଇସ୍ତଫା ଦେବା ପରେ କ୍ଷମତା ସଙ୍କଟ ସୃଷ୍ଟି ହୋଇଥିଲା।

ଅନ୍ୟପକ୍ଷରେ କୁମାରସ୍ୱାମୀ ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିଥିବା ଖବରକୁ ସିଏମଓ ପକ୍ଷରୁ ଖଣ୍ଡନ କରାଯାଇଛି। କୁମାରସ୍ୱାମୀ କେବଳ ବାଚସ୍ପତି ରମେଶ କୁମାରଙ୍କ ସହ ସାକ୍ଷାତ କରିବେ ବୋଲି ସିଏମଓ ପକ୍ଷରୁ କୁହାଯାଇଛି।