କପିଲଙ୍କ ଘରକୁ ଆସିଲା ନୂଆ ଅତିଥି

ମୁମ୍ବାଇ: କପିଲଙ୍କ ଘରକୁ ଜଣେ ନୂଆ ଅତିଥିଙ୍କ ଆଗମନ ହୋଇଛି । ଅର୍ଥାତ୍ କପିଲ ଆଜି ବାପା ହୋଇଛନ୍ତି । ତାଙ୍କ ପତ୍ନୀ ଗିନ୍ନି ଚତରଥ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ନିଜେ କପିଲ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

କପିଲ ଟ୍ୱିଟ୍ କରି କରି କନ୍ୟା ସନ୍ତାନ ବିଷୟରେ କହିବା ସହ ଆଶିର୍ବାଦ ମାଗିଛନ୍ତି । ତେବେ କପିଲଙ୍କ ଟ୍ୱିଟ୍ ପରେ ବଲିଉଡ ଷ୍ଟାରଙ୍କ ଶୁଭେଚ୍ଛା ସୁଟିଛି । ସିଙ୍ଗର କମ କମ୍ପୋଜର ଗୁରୁ ରାନ୍ଧାୱା, କପିଲଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ଶୁଭେଚ୍ଛା ପା ଜୀ, ମୁଁ ଏବେ ଅଫିସିଆଲ ଦାଦା ହେଲି । ସେହିପରି ୟୁଟ୍ୟୁବର ଭୁବନ ବାମ ଲେଖିଛନ୍ତି, ଶୁଭେଚ୍ଛା ଭାଇ ।

ପ୍ରକାଶ ଥାଉକି, କପିଲ ଏବଂ ଗିନୀ ୨୦୧୮ ଡିସେମ୍ବର ୧୨ରେ ଦୁଇଟି ପରମ୍ପରାରେ ବିବାହ କରିଥିଲେ। ପ୍ରଥମେ ହିନ୍ଦୁ ପରମ୍ପରା ଅନୁଯାୟୀ ଓ ପରେ ଶିଖ୍ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା । ଉଭୟେ କଲେଜ ସମୟର ବନ୍ଧୁ ଥିଲେ ।