ପୁଣି ଗୋଟିଏ ଶୋ’ରେ ଦେଖାଦେବେ କପିଲ-ସୁନୀଲ

ମୁମ୍ବାଇ: ଖୁବ୍ଶୀଘ୍ର ଏକାଠି ଗୋଟିଏ ଶୋ’ରେ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭର ଓରଫ୍ ଗୁଥୀଙ୍କୁ ଦେଖିବାକୁ ମିଳିବ । ଶୁଣି ଆଶ୍ଚର୍ଯ୍ୟ ଲାଗିବା ସହ ଖୁସି ମଧ୍ୟ ଲାଗୁଥିବ । କଥାଟା ସତ । ପୁଣିଥରେ ଏହି ଯୋଡ଼ିକୁ ଏକାଠି ଦେଖିବାକୁ ପାଇବେ ଦର୍ଶକ । ମାତ୍ର ଦର୍ଶକଙ୍କ ଏହି ଖୁସି କିଛି ସମୟ ପାଇଁ । କାରଣ ଏମାନେ ପୁନର୍ବାର ଏକାଠି କାମ କରିବେ ନାହିଁ । ସଲମାନ୍ଙ୍କ ଅପକମିଂ ଫିଲ୍ମ ‘ଭାରତ’ର ପ୍ରମୋସନ ପାଇଁ ସୁନୀଲ, କ୍ୟାଟ୍ରିନା ଏବଂ ତାଙ୍କ ଟିମ୍ କପିଲ ଶର୍ମାଙ୍କ ଶୋ’ରେ ଦେଖାଦେବେ । ସୂଚନାଥାଉକି, କପିଲ ଶର୍ମା ଓ ସୁନୀଲ ଗ୍ରୋଭର ଏକାଠି ୨୦୧୭ରେ ‘ଦ କପିଲ ଶର୍ମା ଶୋ’ରେ ଦେଖାଦେଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ଏବେ ଦୁହେଁ ଅଲଗା ଅଲଗା ଶୋ’ରେ କାମ କରୁଛନ୍ତି ।