ମୁମ୍ବାଇ: ଛୋଟ ପରଦାର ସବୁଠାରୁ ଚର୍ଚ୍ଚିତ ରିୟାଲିଟି ସୋ’ କୌନ୍ ବନେଗା କରୋଡପତିର ସିଜିନ୍ ୧୧ ଆରମ୍ଭ ହେବାକୁ ଯାଉଛି । ଅଗଷ୍ଟ ମାସରୁ ଏହା ପରଦାକୁ ଆସିବ ବୋଲି ଜଣା ପଡ଼ିଛି । କେବିସି ଅନ୍ ଏୟାର ହେବା ସହ ସୋନି ଚ୍ୟାନେଲର ଏକ ଖାସ୍ ସୋ’ ଅଫ୍ ଏୟାର ହେବ ବୋଲି ସାମ୍ନାକୁ ଆସିଛି । ସୋନି ଚ୍ୟାନେଲରେ ପ୍ରସାରିତ ହେଉଥିବା ସୋ’ ଲେଡିଜ୍ ସ୍ପେଶାଲ ଅଫ୍ ଏୟାର ହେବ । ୩ଜଣ ସାଙ୍ଗକୁ ନେଇ ଆଗକୁ ବଢ଼ୁଥିବା ଧାରାବାହିକ ଲେଡିଜ୍ ସ୍ପେଶାଲ ଅଫ୍ ଏୟାର ହେବା ପରେ ରାତି ୯ଟାରେ ଅନ୍ ଏୟାର ହେବ କେବିସି ସିଜିନ୍ ୧୧ । ସବୁଥର ଭଳି ଏଥର ମଧ୍ୟ ହୋଷ୍ଟିଂ ଦାୟିତ୍ୱ ତୁଲାଇବେ ବିଗ୍ ବି ଅମିତାଭ ବଚ୍ଚନ । କେବିସି ସିଜିନ୍ ୧୧ର ରେଜିଷ୍ଟ୍ରେସନ ମେ୧ରୁ ଆରମ୍ଭ ହେବ । ସୋନି ଟିଭିରେ ଏହାର ପ୍ରମୋ ଆସି ସାରିଥିବା ବେଳେ ପୂର୍ବ ଭଳି ସୋ’ର ସମୟ ୯ରୁ ୧୦ ରଖା ଯାଇଛି ।