କୋରୋନାର ଶିକାର ହେଲେ ବଲିଉଡର ଗାୟିକା କନିକା କପୁର

ଲକ୍ଷ୍ନୌ: ବଲିଉଡର ପ୍ରସିଦ୍ଧ ଗାୟିକା କନିକା କପୁର କୋରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ତାଙ୍କ ରକ୍ତନମୁନା ପଜେଟିଭ୍ ବାହାରିଥିବା ଜଣାପଡିଛି । ମିଳିଥିବା ଖବର ଅନୁସାରେ; କନିକା ୧୫ ମାର୍ଚ୍ଚ ଦିନ ଲଣ୍ଡନରୁ ଲକ୍ଷ୍ନୌ ଫେରିଥିଲେ, ବିମାନ ବନ୍ଦରରେ ପରୀକ୍ଷାରୁ ବଂଚିବା ପାଇଁ ବିମାନ ବନ୍ଦର କିଛି କର୍ମଚାରୀଙ୍କ ସାହାଯ୍ୟରେ ସେ ବିମାନ ବନ୍ଦରରୁ ଖସି ଯାଇଥିବା ଜଣାପଡିଛି ।

ଉତରପ୍ରଦେଶର ଲକ୍ଷ୍ନୌ ସ୍ଥିତ ଶାଲିମାର ଗେଲେଟ ଆପର୍ଟମେଂଟରେ ନିଜ ପରିବାର ସହ ରହୁଥିବା କନିକା ନିଜ ଘରେ ପହଂଚି ରବିବାର ଦିନ ଏକ ବଡ ପାର୍ଟି ଆୟୋଜନ କରିଥିବା ଜଣାପଡିଛି । ଏହି ପାର୍ଟିରେ ଉତରପ୍ରଦେଶ ଅନେକ ବଡ ବଡ ନେତା ଓ ଅଫିସର ମାନେ ମଧ୍ୟ ସାମିଲ ହୋଇଥିବା ନେଇ ସୂଚନା ମିଳିଛି । କନିକାଙ୍କୁ କୋରୋନା ହୋଇଥିବା ନେଇ ଜଣାପଡିବା ପରେ କନିକା ରହୁଥିବା ଆପର୍ଟମେଂଟରେ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ତେବେ ଚିନ୍ତାର ବିଷୟ ହେଉଛି କନିକା କେବଳ ଆପର୍ଟମେଂଟରେ ପାର୍ଟି କରିନାହାଁନ୍ତି ଲକ୍ଷ୍ନୌରେ ଥିବା ତାଜ ହୋଟେଲର ଏକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ ।

ଘଟଣା ଜଣାପଡିବା ପରେ ଉତରପ୍ରଦେଶରେ ଚାଂଚଲ୍ୟ ଖେଳିଯାଇଛି । କନିକାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକମାନଙ୍କୁ କ୍ୱାରେନଂଟାଇନ୍ ରେ ରଖାଯିବା ନେଇ ରାଜ୍ୟସରକାର ସେ ସମସ୍ତ ଲୋକମାନଙ୍କୁ ଖୋଜିବା ଆରମ୍ଭ କରିଛନ୍ତି ଏହା ଛଡା କନିକାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ମଧ୍ୟ କ୍ୱାରେନଂଟାଇନ୍ ରେ ରଖା ଯାଇଛି ।