କବାଡି ଅଭ୍ୟାସ କରୁଛନ୍ତି କଙ୍ଗନା

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ୍‍ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପଙ୍ଗା’ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ସେ କବାଡି ଖେଳ ଅଭ୍ୟାସ କରୁଛନ୍ତି। ନିକଟରେ ତାଙ୍କୁ ମୁମ୍ବଇର ବାନ୍ଦ୍ରାଠାରେ ଦେଖିବାକୁ ମିଳିଥିଲା। ପ୍ରବଳ ଖରା ଓ ଗରମ ସତ୍ୱେ ଚଳଚ୍ଚିତ୍ର ପାଇଁ ସେ ଖୁବ୍‍ ପରିଶ୍ରମ କରୁଥିବା ନଜର ଆସିିଥିଲେ। ଏହି ସମୟରେ ତାଙ୍କୁ ଟ୍ରାକ୍‍ ଶୁଟରେ ଦେଖିବାକୁ ମିଳିଥିଲା।

‘ପଙ୍ଗା’ ବିଷୟରେ କହିବାକୁ ଗଲେ, ଅଶ୍ୱିନୀ ଆୟର ତିୱାରୀ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ପୂର୍ବରୁ ସେ ଚଳଚ୍ଚିତ୍ର ଶୁଟିଂ ସମୟରେ କଙ୍ଗନାଙ୍କ କିଛି ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିଥିଲେ। ଏହି ଚଳଚ୍ଚିତ୍ରରେ ଜସୀ ଗିଲ୍‍ ଓ ନୀନା ଗୁପ୍ତା ପ୍ରମୁଖ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହା ଆସନ୍ତା ବର୍ଷ ୨୪ ଜାନୁଆରୀରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି।