ଭାଜପାରେ ସାମିଲ ହେଲେ କଙ୍ଗନାଙ୍କ ମା’

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବାକ ଯୁଦ୍ଧ ଲାଗି ରହିଛି। ଏହାକୁ ନେଇ ବର୍ତ୍ତମାନ ସେଠାରେ ରାଜନୀତି ସରଗରମ। ଏହି କ୍ରମରେ କଙ୍ଗନାଙ୍କ ମା’ ଆଶା ରାଣାୱତ କଂଗ୍ରେସ ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। ସାମିଲ ହେବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅପରପକ୍ଷେ କଙ୍ଗନା ମୁମ୍ବାଇସ୍ଥିତ କାର୍ଯ୍ୟାଳୟରେ ବିଏମସିର କାର୍ଯ୍ୟାନୁଷ୍ଠାନ ପରେ ତାଙ୍କ ଆଶା ରାଣାୱତ ଶିବସେନାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଉଦ୍ଧବ ଠାକରେ ଆଜି ମୋ ଝିଅ କଙ୍ଗନାଙ୍କ କାର୍ଯ୍ୟାଳୟରେ ଆଘାତ ଦେଇ ନାହାନ୍ତି ବରଂ ତାଙ୍କ ପିତା ବାଲା ସାହେବ ଠାକରେଙ୍କ ଆତ୍ମା ଉପରେ ଆଘାତ ଦେଇଛନ୍ତି।