ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ କଙ୍ଗନା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ମହାରାଷ୍ଟ୍ରର ଶିବସେନା ସରକାରଙ୍କ ମଧ୍ୟରେ ଲାଗି ରହିଛି ବିବାଦ । ଏହାରି ଭିତରେ ବିଏମ୍‌ସି ପକ୍ଷରୁ ମୁମ୍ବାଇରେ ଥିବା କଙ୍ଗନାଙ୍କ କାର୍ଯ୍ୟାଳୟର କିଛି ଅଂଶକୁ ବେଆଇନ ନିର୍ମାଣ ଦର୍ଶାଇ ଭାଙ୍ଗି ଦିଆଯାଇଛି । ରବିବାର ଏହାକୁ ନେଇ କଙ୍ଗନା ରାଜ୍ୟପାଳ ଭଗତ ସିଂ କୋଶୟାରିଙ୍କୁ ଭେଟିଛନ୍ତି । ତାଙ୍କ ସହ ତାଙ୍କ ଭଉଣୀ ରଙ୍ଗୋଲି ମଧ୍ୟ ରାଜଭବନ ଯାଇଥିଲେ ।