ବିବାହ ପୂର୍ବରୁ ମା’ ହେଲେ କଲ୍କି

ମୁମ୍ବାଇ: ବିବାହ ପୂର୍ବରୁ ମା’ ହେଲେ ବଲିଉଡ ଅଭିନେତ୍ରୀ କଲ୍କି କୋଏଚଲିନ୍ । ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଶୁକ୍ରବାର ତାଙ୍କର ଡେଲିଭରି ହୋଇଥିଲା ।

କଲ୍କିଙ୍କ ଏହି ସନ୍ତାନ ତାଙ୍କ ବୟଫ୍ରେଣ୍ଡ ଗାୟ ହର୍ଷବର୍ଗଙ୍କ ଔରସରୁ ଜନ୍ମ ହୋଇଛି । ୨୦୧୯ ମସିହାରେ ସେ ମା’ ହେବା ନେଇ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହାକୁ ନେଇ ବେଶ୍ ଖୁସି ମଧ୍ୟ ଥିଲେ । ପ୍ରେଗନେନ୍ସି ସମୟରେ ସେ ସବୁବେଳେ ନିଜର ଫଟୋ ସୋସିଆଲ ମିଡିଆରେ ସେୟାର କରୁଥିଲେ ।

ପ୍ରକାଶ ଯେ, ୨୦୧୧ରେ କଲ୍କି ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପକୁ ବିବାହ କରିଥିଲେ । ବାହାଘର ୪ବର୍ଷ ପରେ ଉଭୟ ଅଲଗା ମଧ୍ୟ ହୋଇଯାଇଥିଲେ । ଏହାପରଠାରୁ ସେ ଗାୟ ହର୍ଷବର୍ଗଙ୍କୁ ଡେଟ୍ କରି ଆସୁଥିଲେ ।