କଳିଙ୍ଗାଘାଟିରେ ଓଲଟିଲା ବସ୍: ୪୦ରୁ ଊଦ୍ଧ୍ୱର୍ ଆହତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଅଧୀନ କଳିଙ୍ଗାଘାଟିରେ ଆଜି ସକାଳେ ବସ୍ ଓଲଟି ୪୦ରୁ ଊଦ୍ଧ୍ୱର୍ ବ୍ୟକ୍ତି ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଂଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତି କରିଛି । ସେମାନଙ୍କ ମଧ୍ୟରୁ ୧୦ଜଣଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଦିନ ବାହାଘର ପାଇଁ ବର ଓ ବରଯାତ୍ରୀଙ୍କୁ ଧରି ଙଊ୧୪ଐ ୫୨୩୮ ୫୨୩୮ ନମ୍ବରଧାରୀ ବସଟି ଭଞ୍ଜନଗର-ଫୁଲବାଣୀ ରାସ୍ତାରେ ରାଉରକେଲାରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିଲା । ଘାଟିରେ ଥିବା ବୁଲାଣିରେ ଅନଭ୍ୟସ୍ତ ଡ୍ରାଇଭର ଠିକ୍ ଭାବରେ ବସ୍କୁ କାଟି ନ ପାରିବାରୁ ତାହା ରାସ୍ତା ଉପରେ ହିଁ ଓଲଟି ପଡ଼ିଥିଲା । ଦୁର୍ଘଟନାରେ ବର ମଧ୍ୟ ଆହତ ହୋଇଛନ୍ତି ।