୧୨ ବର୍ଷ ତଳର କଟା ପାପୁଲି ଫିଙ୍ଗିଲା କିଏ ? କଳିଙ୍ଗଳନଗରରେ ଉତ୍ତେଜନା

କଳିଙ୍ଗନଗର : ଯାଜପୁର କଳିଙ୍ଗନଗର ଆମ୍ବଗଡିଆ ସହିଦ ସ୍ତମ୍ଭରେ ହାତ ପାପୁଲି । ସ୍ତମ୍ଭ ଚାରିପଟେ ୧୦ଟି ହାତପାପୁଲି ପଡିଥିବା ଠାବ କରିଛନ୍ତି ସ୍ଥାନୀୟ ଲୋକେ । କଟା ପାପୁଲି ଫିଙ୍ଗିଯିବା ଘଟଣା ନେଇ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । କଟା ପାପୁଲିଗୁଡିକ ୧୨ ବର୍ଷ ତଳର । ଟାଟା ଷ୍ଟିଲକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ବେଳେ ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ ୧୩ ଆଦିବାସୀ । ୨୦୦୬ ଜାନୁଆରୀ ୨ରେ ଗୁଳିକାଣ୍ଡ ହୋଇଥିଲା । ଏହି ଘଟଣାରେ ପ୍ରାଣ ହରାଇଥିବା ଆଦିବାସୀଙ୍କ ଡିଏନ୍ଏ ଟେଷ୍ଟ ପାଇଁ ହାତ ପାପୁଲି କଟା ଯାଇ ରଖା ଯାଇଥିଲା । ପରବର୍ତ୍ତୀ ସମୟରେ ଏସବୁ ପାପୁଲିକୁ ମୃତ ଆଦିବାସୀଙ୍କ ପରିବାରକୁ ଫେରାଇ ଦିଆଯାଇଥିଲା । କିନ୍ତୁ ଏସବୁକୁ ପରିବାର ଲୋକ ଗ୍ରହଣ ନକରିବାରୁ ସେସବୁ ସ୍ଥାନୀୟ କ୍ଲବ ଘରେ କେମିକାଲ ଦିଆଯାଇଥିବା ରଖାଯାଇଥିଲା । ତେବେ ଘରର ତାଲା ଭାଙ୍ଗି ଏସବୁ ପାପୁଲିକୁ କେହି ବାହାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।