କାଳିଆର ଅବସ୍ଥା ସଂକଟାପର୍ଣ୍ଣ, ସହାୟତା ପାଇଁ ଦିଲ୍ଲୀ ଏମ୍ସକୁ ଏସସିବିର ଚିଠି

ଭୁବନେଶ୍ୱର:ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା-କାଳିଆଙ୍କ ମଧ୍ୟରୁ କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ବର୍ତ୍ତମାନ ଏସସିବିରେ ମେଡ଼ିକାଲରେ କାଳିଆର ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ ଦିଲ୍ଲୀ ଏମ୍ସର ସହାୟତା ଲୋଡ଼ାଯାଇଛି । ଏମ୍ସରୁ ୨ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ପଠାଇବାକୁ ଏସସିବି କତ୍ତୃପକ୍ଷ ଚିଠି ଲେଖିଛନ୍ତି । 

ଜଗା ଓ କାଳିଆଙ୍କୁ ନୂଆଦିଲ୍ଲୀର ଏମ୍‌ସ୍‌ରୁ ଆଣି କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସା କରାଯାଉଛି । କାଳିଆର ଛାତିରେ ସଂକ୍ରମଣ ଥିବାରୁ ୨ଦିନ ହେବ ତାକୁ ଭେଣ୍ଟିଲେଟରରେ ରଖାଯାଇଛି । ୧୪ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ କାଳିଆର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ।କାଳିଆର ସ୍ୱାସ୍ଥ୍ୟାବସ୍ଥା ଖରାପ ଦିଗରେ ଗତି କରୁଛି । ତେଣୁ  ଦିଲ୍ଲୀ ଏମ୍ସର ସହାୟତା ଲୋଡ଼ିଛି ଏସସିବି ମେଡିକାଲ  । ଏମ୍ସରୁ ୨ଜଣ ବିଶେଷଜ୍ଞ ଡାକ୍ତୀର ଦୀପକ ଗୁପ୍ତା ଓ ଡାକ୍ତର ରାକେଶ ଲୋଧାଙ୍କୁ ଓଡ଼ିଶା ପଠାଇବାକୁ ଏସସିବି କତ୍ତୃପକ୍ଷ ଦିଲ୍ଲୀ ଏମ୍ସକୁ ଚିଠି ଲେଖିଛନ୍ତି । ଏନେଇ ଏସ୍‌ସବି ମେଡିକାଲ ଅଧିକ୍ଷକ ଡାକ୍ତର ସିବିକେ  ମହାନ୍ତି ସୂଚନା ଦେଇଛନ୍ତି ।