୧୫ରେ ମିଳିବ କାଳିଆ ଦ୍ୱିତୀୟ ପର‌୍ୟ୍ୟାୟ ଟଙ୍କା


ଭୁବନେଶ୍ବର : ଆସନ୍ତା ୧୫ରେ ମିଳିବ କାଳିଆ ଦ୍ୱିତୀୟ ପର‌୍ୟ୍ୟାୟ ଟଙ୍କା । ୫ଲକ୍ଷ ଭୁମିହୀନ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ସେହିପରି ୨୨ ତାରିଖରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ଟଙ୍କା ଯିବ । ୧୩ରୁ ୧୪ ଲକ୍ଷ ଚାଷୀ ଏଥିରେ ଉପକୃତ ହେବେ । ପ୍ରଥମେ ଚାଷୀଙ୍କୁ ପ୍ରଥମ ପର‌୍ୟ୍ୟାୟରେ ୫ ହଜାର ମିଳିବ । ସମୀକ୍ଷା ପରେ କୃଷି ସଚିବ ସୌରଭ ଗର୍ଗ ଏନେଇ ସୂଚନା ଦେଇଛନ୍ତି । ପ୍ରଥମ ପର‌୍ୟ୍ୟାୟରେ ୧୨ ଲକ୍ଷ ୪୫ ହଜାର ଭୂମିହୀନ, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ କାଳିଆ ଯୋଜନାରୁ ଉପକୃତ ହୋଇଛନ୍ତି । ଡିବିଟି ମାଧ୍ୟମରେ ଚାଷୀଙ୍କ ପାଖରେ ୫ ହଜାର ଟଙ୍କା ପହଞ୍ଚିସାରିଛି । ଏହି ଯୋଜନା ଅନୁସାରେ ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକୃତ ହେବେ ।