ସସପେଣ୍ଡ ହେଲେ କଳାହାଣ୍ଡି ଉପଜିଲ୍ଲାପାଳ

ଭୁବନେଶ୍ୱର: କର୍ତ୍ତବ୍ୟରେ ଅବହେଳା କରି ସସପେଣ୍ଡ ହେଲେ କଳାହାଣ୍ଡି ଉପଜିଲ୍ଲାପାଳ । ରାଜ୍ୟ ସରକାର କଳାହାଣ୍ଡି ଉପଜିଲ୍ଲାପାଳ ଅନିଶା ଦାସଙ୍କୁ ସସପେଣ୍ଡ କରିଛନ୍ତି । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।

kalahandi-sub-district-magistrate-was-suspended-for-negligence

୨୦୧୫ ବ୍ୟାଚର ଓଏଏସ ଅଫିସର ଅନିଶା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକର ତହସିଲଦାର ଥିଲେ । ଏବେ ସେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବେ । ବିନା ଅନୁମତିରେ ଛୁଟିରେ ଯାଇପାରିବେ ନାହିଁ ।

ନିକଟରେ ମୋରମ ବୋଝେଇ ଟ୍ରକକୁ ବିନା ଫାଇନରେ ଥାନାରୁ ଛାଡି ଦେବା ପାଇଁ ବାଲି ମାଫିଆଙ୍କ ସହିତ ଡିଲ ଚାଲିଥିବା ନେଇ ଅଭିଯୋଗ ହୋଇଥିଲା । ବାଲିମାଫିଆ, ଦଲାଲ ଏବଂ ତହସିଲଦାର କଥା ହେଉଥିବାର ଅଡିଓ ଟେପରେ ଲକ୍ଷେ ଟଙ୍କା ଦେଲେ ମୋରମ ବୋଝେଇ ଟ୍ରକକୁ ବିନା କୌଣସି ଫାଇନରେ ଛାଡି ଦିଆଯିବ ବୋଲି ଦଲାଲ ଅଭିଜିତ ମହଲ ଓ ବାଲି ମାଫିଆଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।