୩ କ୍ୱିଣ୍ଟାଲ୍ ମୂଲ୍ୟବାନ ରତ୍ନ ପଥର ଜବତ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳର ପଲାସ ଗାଁରୁ ମୂଲ୍ୟବାନ ରତ୍ନ ପଥର ଜବତ କରାଯାଇଛି। ଜଣଙ୍କ ଘରୁ ୩ କ୍ୱିଣ୍ଟାଲ ଓଜନର ରତ୍ନପଥର ଜବତ ହୋଇଛି। ଏସ୍‌ଟିଏଫ୍ ଓ ଜୁନାଗଡ଼ ପୁଲିସ୍‌ର ମିଳିତ ଚଢ଼ଉ ବେଳେ ଏହି ପଥର ଜବତ କରାଯାଇଛି। ଏହାସହ ଥାନାରେ ଜଣକୁ ଅଟକ ରଖି ପୁଲିସ୍ ପଚରାଉଚରା କରାଯାଉଛି।