କୁଟିଆ ସିଂହକୁ ସାହାସିକତା ପୁରସ୍କାର ଓ ସମ୍ବର୍ଦ୍ଧନା

କଳାହାଣ୍ଡି : ଭବାନୀପାଟଣା ଉତ୍ତର ବନଖଣ୍ଡ ରେଞ୍ଜ କାର୍ଯ୍ୟାଳୟ ପରିସରରେ କରୋନା କଟକଣା ମଧ୍ୟରେ ସାମାଜିକ ଦୂରତା ପାଳନ ପୂର୍ବକ ଏକ ସମାରୋହରେ କୁଟିଆ ସିଂହ କୁ ସାହାସିକତା ପୁରସ୍କାର ଓ ସାଲ ଉପଢୋକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଛି ।

kalahandi news

ଡିଏଫ୍ଓ ଶ୍ରୀ ନିତିଶ କୁମାର ଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜର ଶ୍ରୀ ନୁର୍ପରାଜ ମାଝୀ ଙ୍କ ନେତୃତ୍ଵରେ ବନପାଳ, ଡମ୍ୱରୁଧର ପ୍ରଧାନ, ରତ୍ନାକର ଧରୁଆ, ତଥା ପ୍ରଦୀପ କୁମାର ବିଶି, ଦୟାଳୁ ନାଗ ପ୍ରମୁଖ ଉପସ୍ଥିତ ରହି ବିଗତ ଦିନରେ ଜଙ୍ଗଲି ଜନ୍ତୁ ଭାଲୁ ଭବାନୀପାଟଣା ସହର ମଧ୍ୟରେ ପଶି ଆତଙ୍କ ସୃଷ୍ଟି କରି ଥିବା ବେଳେ ଅନେକ ବ୍ୟକ୍ତି କୁ ଆକ୍ରମଣ କରିଥିଲା ।

kalahandi news

ଏଥିରେ ସହର ବାସୀ ଆତଙ୍କିତ ଥିବା ବେଳେ ଜଣେ ବ୍ୟକ୍ତି କୁ ଭାଲୁ ମରଣାତ୍ମକ ଆକ୍ରମଣ କରୁଥିବା ଦେଖି ସମସ୍ତେ ନିରବଦ୍ରଷ୍ଟା ସାଜିଥିବା ବେଳେ ଜୈନିକ କୁଟିଆ ସିଂହ ସାହାସିକତା ସହିତ ଭାଲୁ ସହିତ ଲଢେଇ କରି ଅଚିହ୍ନା ଲୋକଙ୍କ ଜୀବନ ମୃତ୍ୟୁ ମୁଖରୁ ବଞ୍ଚାଇଥିଲେ ତାଙ୍କର ଏହି ସାହାସିକତା ପାଇଁ ସମସ୍ତେ ତାଙ୍କୁ ସାଧୂବାଦ ଜଣାଇଛନ୍ତି।

kalahandi news

ଆଜି ତାଙ୍କୁ ଜଙ୍ଗଲ ବିଭାଗ ପକ୍ଷରୁ ଦିଆଯାଇଥିବା ସମ୍ମାନ ତାଙ୍କୁ ପ୍ରୋତ୍ସାହିତ କରିବା ସହ ଆଗାମୀ ଦିନରେ ଅନ୍ୟ ମାନଙ୍କୁ ପ୍ରେରିତ କରିବ ନିଶ୍ଚୟ ।