ନୂଆ ୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କଳାହାଣ୍ଡିର

ଭବାନୀପାଟଣା: ଗତକାଲି ବିଳମ୍ବିତ ରାତିରେ ରାଜ୍ୟରେ ନୂଆ ୪ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ କଳାହାଣ୍ଡିର ବୋଲି ଜଣାପଡିଛି । ତେବେ ଏହାକୁ ମିଶାଇ କଳାହାଣ୍ଡିରୁ ମୋଟ ୨ ଟି କରୋନା ପିଜିଟିଭ୍ ଚିହ୍ନଟ ହୋଇଛି । ଏ ନେଇ କଳାହାଣ୍ଡିର ଜିଲ୍ଲାପାଳ ଡକ୍ଟର ଗାଭାଲି ପରାଗହରସଦ୍ ସୂଚନା ଦେଇଛନ୍ତି ।

କଳାହାଣ୍ଡିର ପ୍ରଥମ କରୋନା ଆକ୍ରାନ୍ତଙ୍କ ସହ କ୍ରିକେଟ୍ ଖେଳିବା ସମୟରେ ସମ୍ଭବତଃ ସେ ସଂକ୍ରମିତ ହେଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ତାଙ୍କୁ କଟକର ଅଶ୍ୱିନୀ କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବ ଓ ତାଙ୍କର ସଂଶ୍ପର୍ସରେ ଆସିଥିବା ଲୋକଙ୍କ ଅନୁସନ୍ଧାନ ଚାଲିଛି | ଯେଉଁମାନେ କ୍ୱାରେନଂଟାଇନ୍ ହୋଇନାହାଁନ୍ତି, ସେମାନଙ୍କର ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯିବ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଆଜି ସ୍ଥିତିର ସମୀକ୍ଷା ଲାଗି ପୋଲିସ ମହାନିର୍ଦେଶକ ଅଭୟ ଭବାନୀପାଟଣା ଆସୁଥିବା ଜଣାଯାଇଛି।