ଅଶ୍ୱିନୀ ହସ୍ପିଟାଲରେ ରହିବେ କଳାହାଣ୍ଡି କୋରୋନା ଆକ୍ରାନ୍ତ

ଭବାନୀପାଟଣା: ଗତକାଲି ରାତିରେ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକର ବେହେରାଗୁଡା ଗାଁରୁ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ତାଙ୍କ ଘରେ ଜିଲ୍ଲା ମେଡିକାଲ ଟିମ୍ ପହଂଚିଛି । ତାଙ୍କୁ ଆଣି କଟକର ଅଶ୍ୱିନୀ ହସ୍ପିଟାଲକୁ ଅଣାଯିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ରାଜ୍ୟର ୨୧ ନମ୍ବର କୋରୋନା ଆକ୍ରାନ୍ତ ବ୍ୟକ୍ତି କଳାହାଣ୍ଡି ଜିଲ୍ଲା ନିବାସୀ । ଏହି ୨୯ ବର୍ଷିଅ ଯୁବକଙ୍କ ସ୍ୱାବ ନମୁନା ପଜିଟିଭ ଚିହ୍ନଟ ହୋଇଛି । କୋରୋନା ଆକ୍ରାନ୍ତଙ୍କ ଘର ଗୋଲାମୁଣ୍ଡା ବ୍ଲକର ବେହେରାଗୁଡା ଗାଁରେ ବୋଲି ଜଣାଯାଇଛି। ସେ ବାହାରିନରେ ଜଣେ ଫିଟର ଭାବରେ କାର୍ଯ୍ୟ କରୁଛନ୍ତି।

ସଂପୃକ୍ତ ଯୁବକ ୧୭ ଦିନ ପୂର୍ବରୁ ବାହାରିନରୁ ନିଜ ଗାଁକୁ ଫେରିଥିଲେ । ତାଙ୍କଠାରେ କୋରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନ ଥିବା ସୂଚନା ରହିଛି। ଆଜି ସକାଳେ ଉକ୍ତ କୋରୋନା ଆକ୍ରାନ୍ତଙ୍କ ଗୋଲାମୁଣ୍ଡା ବ୍ଲକର ବେହେରାଗୁଡା ଗାଁରେ ଥିବା ଘରେ ଜିଲ୍ଲା ମେଡିକାଲ୍ ଟିମ୍ ପହଂଚିଛି। ତାଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲକୁ ଅଣାଯିବ।