କଳାହାଣ୍ଡି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୩୧ଜଣଙ୍କୁ ରଖାଗଲା କ୍ୱାରେନଂଟାଇନରେ

ଭବାନୀପାଟଣା: ଗତକାଲି କଳାହାଣ୍ଡିରୁ କୋରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ଲୋକଙ୍କ ସମେତ ୩୧ଜଣଙ୍କୁ ଚିହ୍ନଟ କରି କ୍ୱାରେନଂଟାଇନ୍ ରେ ରଖାଯାଉଛି । ଏହାବ୍ୟତୀତ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି । ଉକ୍ତ ବ୍ୟକ୍ତିଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲକୁ ପଠାଯାଇଛି।

ଏଣେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ତାହା ଅନୁଯାୟୀ, ଆଜି ଗୋଲାମୁଣ୍ଡା ବ୍ଲକର ଖମାର ହଳଦୀ ପଂଚାୟତ ଅଂଚଳକୁ ସଟଡାଉନ୍ କରାଯାଇଛି। ଏହି ଅଂଚଳରେ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଲୋକଙ୍କ ବାହାରକୁ ଯିବା ଆସିବା ଉପରେ କଟକଣା ଜାରି କରିଛି ପ୍ରଶାସନ। କିନ୍ତୁ, ଆତଙ୍କିତ ନହେବାକୁ ଜନସାଧାରଣଙ୍କୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।