ଆରପାରିରେ ପଦ୍ମଶ୍ରୀ ପୁରସ୍କାର ବିଜେତା କାଦରୀ ଗୋପାଳନାଥ

ମଙ୍ଗଲୁରୁ :ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ ଏବଂ ପଦ୍ମଶ୍ରୀ ପୁରସ୍କାର ବିଜେତା କାଦରୀ ଗୋପାଳନାଥଙ୍କର ଆଜି ସକାଳେ ମଙ୍ଗଲୁରୁରେ ଏକ ଘରୋଇ ହସ୍ପିଟାଲରେ ନିଧନ ହୋଇଛି। ୬୯ ବର୍ଷରେ ତାଙ୍କର ପରଲୋକ ଘଟିଛି। ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, କର୍ଣ୍ଣାଟକ କଳାର୍ଶୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି। 

କାଦରୀ ଗୋପାଳନାଥଙ୍କ ପରିବାରରେ ତାଙ୍କର ପତ୍ନୀ ଏବଂ ଦୁଇ ପୁତ୍ର ଅଛନ୍ତି। ତାଙ୍କ ପୁତ୍ର ମଣିକାନ୍ତ କାଦରୀ ଜଣେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ। ଗୋପାଳନାଥଙ୍କ ଜନ୍ମ ୧୯୫୦ରେ ଦକ୍ଷିଣ କନ୍ନଡର ବଣ୍ଟବାଲା ତାଲୁକର ସଜୀପା ମୁଦା ଗ୍ରାମର ମିତ୍ତକେରେରେ ହୋଇଥିଲା। 

ଗୋପାଳନାଥ ୮ବର୍ଷ ବୟସରେ ସାକ୍ସୋଫୋନ ସହ ମହିଶୂରରେ ପରିଚିତ ହୋଇଥିଲେ। ମହିଶୂର ବ୍ୟାଣ୍ଡରେ ସଙ୍ଗୀତ ବାଦନ ସମୟରେ ସାକ୍ସୋଫୋନ ସହ ସେ ଆକର୍ଷିତ ହୋଇଥିଲେ। ୨୦୦୪ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।