ଏଥର ଏହି ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ସଲମାନ୍

ମୁମ୍ବାଇ: ସଲମାନ୍ ଖାନ୍ ନିଜ ସୋସିଆଲ ସାଇଟ୍ ରେ ନିଜର ଆଗାମୀ ଫିଲ୍ମର ଖୁଲାସା କରିଛନ୍ତି । ଯାହା ୨୦୨୧ରେ ଇଦରେ ରିଲିଜ୍ ହେବ ବୋଲି ମଧ୍ୟ କହିଦେଇଛନ୍ତି । ଏହି ଫିଲ୍ମରେ ସଲମାନଙ୍କ ବନ୍ଧୁ ସାଜିଦ୍ ନାଦିୟାୱାଲା ଏହାର ପ୍ରଯୋଜନା କରିବେ । ତେବେ ସଲମାନ୍ ଙ୍କ ଏହି ଆଗାମୀ ଫିଲ୍ମ “କଭି ଇଦ୍ କଭି ଦିୱାଲୀ”ରେ ସଲମାନ୍ ଙ୍କ ଅପୋଜିଟରେ କିଏ ଆସିବ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାତ୍ର ଏହି ପ୍ରଶ୍ନ ଭିତରେ ଫିଲ୍ମକୁ ନେଇ ଏକ ଖବର ସାମ୍ନାକୁ ଆସିଛି ।

ଶୁଣିବାକୁ ମିଳିଛି ଯେ, ସଲମାନ୍ ଙ୍କ ଅପୋଜିଟରେ ଏଥର କ୍ରିତୀ ସେନନ ଦେଖାଦେବେ ବୋଲି । ତେବେ ଏହାକୁ ନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇ ନ ଥିଲେ ବି ଏହି ଖବର ଏବେ ଚର୍ଚ୍ଚା ଧରିଛି । ତେବେ ଖୁବ୍ ଶୀଘ୍ର ଏହା ଘୋଷଣା କରାଯିବ ବୋଲି ଜଣାପଡିଛି ।