ବିଜେପି ପକ୍ଷରୁ ରାଜ୍ୟସଭାର ପ୍ରାର୍ଥୀପତ୍ର ଦାଖଲ କଲେ ସିନ୍ଧିଆ

ଭୋପାଳ: କିଛିଦିନ ପୂର୍ବେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଭୋପାଳ ରାଜ୍ୟସଭା ପ୍ରାର୍ଥ ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ଶୁକ୍ରବାର ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶିବରାଜ ସିଂହ ଚୌହାନଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଜ୍ୟୋତିରାଦିତ୍ୟ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଜ୍ୟୋତିରାଦିତ୍ୟଙ୍କ ସହ ଭାଜପାର ଦ୍ୱିତୀୟ ପ୍ରାର୍ଥୀ ସୁମେର ସିଂହ ସୋଲାଙ୍କୀ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ସୂଚନାଯୋଗ୍ୟ, କଂଗ୍ରେସ ସହ ଦୀର୍ଘ ୧୮ ବର୍ଷର ପୁରୁଣା ସଂପର୍କକୁ ଛିନ୍ନ କରି ବିଜେପିରେ ଆନୁଷ୍ଠାନକ ଭାବେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପି ନିଜର ରାଜ୍ୟସଭା ପ୍ରାର୍ଥୀଭାବେ ଘୋଷଣା କରିଥିଲା। ମଧ୍ୟପ୍ରଦେଶର ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘୋଷଣା କରିଥିଲେ।