ଜଷ୍ଟିସ ଶରଦ ଅରବିନ୍ଦ ବବ୍‌ଡେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଦେଶର ପରବର୍ତ୍ତି ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି ଜଷ୍ଟିସ ଶରଦ ଅରବିନ୍ଦ ବବ୍‌ଡେ । ବର୍ତ୍ତମାନ ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଉଥିବା ରଞ୍ଜନ ଗୋଗଇ କେନ୍ଦ୍ରକୁ ଏକ ଚିଠି ଲେଖି ପରବର୍ତ୍ତି ମୁଖ୍ୟ ବିଚାରପତିଙ୍କ ନାମ ସୁପାରିସ୍‌ କରିଛନ୍ତି । ତାଙ୍କ ପରେ ସୁପ୍ରିମକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଶରଦ ଅରବିନ୍ଦ ବବ୍‌ଦେ ମୁଖ୍ୟ ବିଚାରପତି ହୁଅନ୍ତୁ ବୋଲି ଗୋଗଇ ସୁପାରିସ୍‌ କରିଥିବା ଜଣା ପଡ଼ିଛି । ତେବେ ସେବାନିବୃତ ହେବାକୁ ଥିବା ସବୁ ମୁଖ୍ୟ ବିଚାରପତିଙ୍କୁ ଜଣେ ବିଚାରପତିଙ୍କ ନାଁ ସୁପାରିସ କରିବାର ପ୍ରକ୍ରିୟା ରହିଛି । ସେ ଯିବା ପରେ ତାଙ୍କ ସ୍ଥାନରେ ସେ କାହାକୁ ଦେଖିବାକୁ ଚାହାନ୍ତି, ଏହା ସେମାନେ କେନ୍ଦ୍ରକୁ ଚିଠି ଲେଖି ଜଣାଇପାରିବେ ।

ସୁପ୍ରିମକୋର୍ଟରେ ରଞ୍ଜନ ଗୋଗଇଙ୍କ ପରେ ଏସ୍‌ଏ ବବ୍‌ଦେ ଦ୍ୱିତୀୟ ବରିଷ୍ଠତମ ବିଚାରପତି ଭାବେ କାମ କାରୁଛନ୍ତି । ଗୋଗଇଙ୍କ ଅବସର ପରେ ତାଙ୍କ ସ୍ଥାନରେ ବବ୍‌ଦେଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯିବର ଅନେକ ସମ୍ଭାବନା ରହିଛି ।