ଭୁବନେଶ୍ୱର : ଗ୍ରାମୀଣ ମହିଳା ମାନଙ୍କୁ ସ୍ୱାବଲମ୍ବୀ ତଥା ଅର୍ଥନୈତିକ ସଶକ୍ତିକରଣ କରାଇବା ଉଦ୍ଦେଶ୍ୟରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ(ଜେଏସପିଏଲ)ର େଓøଦ୍ୟୋଗିକ ସାମାଜିକ ଉତ୍ତରଦାୟିତ୍ୱ ସିଏସଆର ଶାଖା ଜେଏସପିଏଲ ଫାଉଣ୍ଡେସନ ତରଫରୁ ଏକ ସିଲେଇ ତାଲିମ କେନ୍ଦ୍ର ନିକଟସ୍ତ ଦାମପୁର ଗ୍ରାମରେ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏହି କେନ୍ଦ୍ରଟିକୁ ଦାମପୁର ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ପାଖାପାଖି ଗ୍ରାମର ମହିଳାଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ଦ୍ୱାରା ନିଯୁକ୍ତ ଜଣେ ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରାୟ ୫୦ ଜଣ ମହିଳାଙ୍କୁ ମାଗଣା ତାଲିମ ଏହି କେନ୍ଦ୍ରରେ ପ୍ରଦାନ କରାଯିବ । ଏଥିପାଇଁ କମ୍ପାନୀ ତରଫରୁ ୭ଟି ସିଲେଇ ମେସିନ ସମେତ ସମସ୍ତ ପ୍ରକାର ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯାଇଛି । ଏହି ତାଲିମ ପରେ ୧୫ ଜଣିଆ ତାଲିମପ୍ରାପ୍ତ ମହିଳାଙ୍କ ସହାୟତାରେ ଜେଏସପିଏଲ ଫାଉଣ୍ଡେସନ ଏହି କେନ୍ଦ୍ରରୁ ମାସକୁ ପ୍ରାୟ ୫ ରୁ ୬ ହଜାରଟି ସାୟା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି । ବଜାର ସହାୟତା ଯୋଗାଇ ଦିଆଯାଉଥିବାରୁ ଜଣେ ତାଲିମପ୍ରାପ୍ତ ମହିଳା ଦିନକୁ ୩ ଘଣ୍ଟା ସମୟ ଦେଇ ମାସକୁ ତିନିହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ । ଏତଦବ୍ୟତୀତ ଜଣେ ତାଲିମପ୍ରାପ୍ତ ମହିଳା ନିଜ ଘରେ ମଧ୍ୟ ସିଲେଇ ସେବା ଆରମ୍ଭ କରି ଘରର ଆବଶ୍ୟକୀୟ କାର୍ଯ୍ୟ କରିବା ସହ ରୋଜଗାର ବୃଦ୍ଧି କରିବାରେ ସାହାଯ୍ୟର ହାତ ବଢାଇ ପାରିବ । ଏହି ପରିପ୍ରେକ୍ଷୀରେ ଜେଏସପିଏଲ ପ୍ଲାଣ୍ଟ ମୁଖ୍ୟ ଜି.ସୁରେଶା କହିଥିଲେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଏହି କେନ୍ଦ୍ରଟି ମହିଳା ମାନଙ୍କୁ ଅର୍ଥନୈତିକ ସ୍ୱାବଲମ୍ବୀ କରାଇବା ସହ ସେମାନଙ୍କୁ ଅର୍ଥ ଉପାର୍ଜନର ନୂଆ ଦିଗଦର୍ଶନ ଦେବ ।