ଝାରସୁଗୁଡ଼ା : ବହୁ ବାଦ ବିବାଦ ପରେ ବିକ୍ରିହେଲା ଭୁଷଣ ଷ୍ଟିଲ କାରଖାନା । ଝାରସୁଗୁଡା ସୀମତ୍ତ୍ର୍ି ସମ୍ବଲପୁର ଜିଲ୍ଲା ଠେଲକୋଲୋଏ ଠାରେ ୨୦୦୪ ମସିହାରୁ ସଞ୍ଜୟ ସିଂହଲ ମାଲିକାନାରେ ଚାଲୁଥିବା ଭୁଷଣ ଷ୍ଟିଲ କାରଖାନାକୁ ଆଜି ବିଧିବଦ୍ଧ ଭାବେ କିଣି ନେଇଛି ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର । ଭୁଷଣ ଷ୍ଟିଲ କମ୍ପାନୀର ମାଲିକ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୫୦ ହଜାର କୋଟି ଟଙ୍କା ଋଣ ନେଇ ଦେବାଳିଆ ହେବା ପରେ ଗତ ୪ ବର୍ଷରୁ କାରଖାନାକୁ ବ୍ୟାଙ୍କ ସମୂହ ଚଳାଇ ଆସୁଥିଲେ । ଏନସିଏଲଟି ପକ୍ଷରୁ ଏହି କାରଖାନାକୁ ନିଲାମ କରାଯିବାକୁ ବିଡିଂ ଆହ୍ୱାନ କରାଯିବା ପରେ ଟାଟା କଂପାନି ନିଜର ଆଗ୍ରହ ପ୍ରକାଶ କରିଥିଲା । କିନ୍ତୁ ଟାଟା କଂପାନୀଠାରୁ ଅଧିକ ଅର୍ଥ ଦେବାକୁ ରାଜି ହୋଇଥିବା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲା ଏନସିଏଲଟି । ଏହି ନିଷ୍ପତ୍ତି ଅନୁସାରେ ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପ୍ରାପ୍ୟ ପ୍ରଦାନ କରି କାରଖାନା ପରିଚାଳନା ଭାର ନେବାକୁ ଏନସିଏଲଟି ନିର୍ଦ୍ଦେଶ ଦେଇଛି । ଏହାପରେ ଶୁକ୍ରବାର ବିଧିବଦ୍ଧ ଭାବେ ନିଲାମ୍ ମୁଲ୍ୟ ୧୯ ହଜାର ୩୫୦ କୋଟି ଟଙ୍କା ଜେଏସଡବ୍ଲୁ ପ୍ରଦାନ କରିଥିବା ସୂଚନା ମିଳିଛିି । ଜେଏସଡବ୍ଲୁ କାରଖାନା କିଣିବା ପରେ କର୍ମଚାରୀ ମହଲରେ ରହିଥିବା ଆଶଙ୍କା ଦୂର ହେବା ସହ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ଦେଖିବାକୁ ମିଳିଛି ।