ଜାନୁଆରୀ ୧୯ରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ ଜେ ପି ନଡ୍ଡା!

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ୧୯ ତାରିଖରେ ଦାୟିତ୍ୱ ନେଇପାରନ୍ତି ଜେ ପି ନଡ୍ଡା ବୋଲି ସୂଚନା ମିଳିଛି । ଏବେ ସେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଅଛନ୍ତି ।

ସୂଚନାଯୋଗ୍ୟ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କାର୍ଯ୍ୟକାଳ ଗତ ବର୍ଷ ଜାନୁଆରୀ ମାସରେ ଶେଷ ହୋଇଯାଇଥିଲା, କିନ୍ତୁ ନିର୍ବାଚନକୁ ଦୃଷ୍ଟିରେ ରଖି ଶାହାଙ୍କୁ ପଦରେ ରହିବା ପାଇଁ କୁହାଯାଇଥିଲା । ଗତସାଧାରଣ ନିର୍ବାଚନ ପରେ ଅମିତ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ଏହାପରେ ଜେପି ନଡ୍ଡାଙ୍କୁ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଭାବେ ଜେପି ନଡ୍ଡାଙ୍କୁଜାନୁଆରୀ ୧୯ ତାରିଖରେ ଦାୟିତ୍ୱ ମିଳିପାରେ । ଜାନୁଆରୀ ୧୯ ତାରିଖ ସୁଦ୍ଧା ବିଜେପିର ଅଧିକାଂଶ ରାଜ୍ୟ ଶାଖାର ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଏହାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ଜେପି ନଡ୍ଡା ବିଜେପିର ଏକାଦଶ ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।