କଶ୍ମୀର ସାମ୍ବାଦିକଙ୍କୁ ଆକ୍ରମଣ

ପୁଣେ: ପୁଲୱାମା ଆକ୍ରମଣ ପରେ ଦେଶର ବିଭିନ୍ନ ସ୍ଥାନରେ କଶ୍ମୀର ଛାତ୍ର ଓ ଯୁବକମାନଙ୍କୁ ଆକ୍ରମଣ କରାଯାଉଥିବା ଖବର ମିଳିଛି। ଏହିକ୍ରମରେ ଆଜି ମହାରାଷ୍ଟ୍ର ପୁଣେରେ କାର‌୍ୟ୍ୟ କରୁଥିବା ଜଣେ ୨୪ ବର୍ଷୀୟ କଶ୍ମୀର ସାମ୍ବାଦିକଙ୍କୁ ଦୁଇ ଜଣ ଯୁବକ ଆକ୍ରମଣ କରିଛନ୍ତି। ଶୁକ୍ରବାର ରାତିରେ ସାମ୍ବାଦିକ ଜିବରାନ ନାଜିରଙ୍କୁ ଏକ ଟ୍ରାଫିକ ନିକଟରେ ଦୁଇ ଜଣ ଯୁବକ ଆକ୍ରମଣ କରିଥିଲେ। ସେ କଶ୍ମୀରର ହୋଇଥିଲେ ହେଁ ଏଠାରେ ଏକ ଖବରକାଗଜରେ କାର‌୍ୟ୍ୟ କରୁଛନ୍ତି। ଦୁଇ ଜଣ ଯୁବକ ତାଙ୍କୁ ଆକ୍ରମଣ କରିବା ସହ ପୁଣେରୁ କଶ୍ମୀର ପଠାଇ ଦେବେ ବୋଲି ଧମକ ଦେଇଛନ୍ତି।