ଦୀପାବଳୀରେ ଯୋଗୀଙ୍କ ଘୋଷଣା,ଅଯୋଧ୍ୟାରେ ହେବ ଭଗବାନ ଶ୍ରୀରାମଙ୍କ ମୂର୍ତ୍ତି

ୟୁପି  :  ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦୀପାବଳିରେ କରିଛନ୍ତି ସେହି ବହୁ ପ୍ରତୀକ୍ଷିତ ଘୋଷଣା । ଗତକାଲି ଫୈଜାବାଦ ଜିଲ୍ଲାର ନାଁ ବଦଳାଇ ଅଯୋଧ୍ୟା କରିଥିବା ଯୋଗୀ ଆଦିତ୍ୟନାଥ, ଦୀପାବଳିରେ ଭଗବାନ ଶ୍ରୀରାମଙ୍କ ମୂର୍ତ୍ତି ନିର୍ମାଣର ଘୋଷଣା କରିଛନ୍ତି । ଏହି ରାମ ମୂର୍ତ୍ତି ହିଁ ଅଯୋଧ୍ୟାର ପରିଚୟ ହେବ । ଏହି ବିଶାଳ ମୂର୍ତ୍ତି ଏକ ମନ୍ଦିର ଭିତରେ ରହିବ, କିନ୍ତୁ କେତେ ଉଚ୍ଚା କରାଯିବ, ତାହା ସ୍ପଷ୍ଟ କରାଯାଇନି । ସେପଟେ ଅଯୋଧ୍ୟାର ବିବାଦୀୟ ରାମଜନ୍ମଭୂମିରେ ଏହି ରାମମୂର୍ତ୍ତି ନିର୍ମାଣ ହେବ କି ନାହିଁ, ତାହା କୂଟନୈତିକ ଶୈଳୀରେ ଏଡ଼ାଇ ଦେଇଛନ୍ତି ଯୋଗୀ । ବିବାଦୀୟ ସ୍ଥାନରେ ରାମମନ୍ଦିର ଥିଲା ଏବଂ ହେବ । ତେବେ ଯାହା କିଛି କରାଯିବ, ସମ୍ବିଧାନର ନିୟମ ଭିତରେ ଥାଇ କରାଯିବ ବୋଲି କହିଛନ୍ତି ଯୋଗୀ ।