ଜେଏନୟୁ ପ୍ରଶାସନର ନିଷ୍ପତି; ହ୍ୱାଟ୍ସଆପ୍ ରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ଜବାହାରଲାଲ ନେହେରା ବିଶ୍ୱବିଦ୍ୟାଳୟ(ଜେଏନୟୁ) ପ୍ରଶାସନ ଏକ ବଡ଼ ନିଷ୍ପତି ନେଇଛନ୍ତି । ବିଶ୍ୱବିଦ୍ୟାଳୟ ପ୍ରଶାସନ ଛାତ୍ରଙ୍କ ବିରୋଧକୁ ନଜରରେ ରକବ ଚଳିତବର୍ଷ ହ୍ୱାଟ୍ସଆପ୍ ଏବଂ ମେଲ୍ ରେ ମାଧ୍ୟମରେ ପରୀକ୍ଷା କରିବ । ଛାତ୍ରଛାତ୍ରୀଙ୍କ ଦ୍ୱାରା ସେମିଷ୍ଟାର ବହିଷ୍କାର ଧମକ ପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ସମସ୍ତ ଡିନ୍ ଅଫ୍ ସ୍କୁଲ, ଚେୟାରପର୍ସନ ଏବଂ କୁଳପତିଙ୍କ ମିଳିତ ନିଷ୍ପତି ପରେ ୧୬କୁ ତାରିଖ ଚୟନ କରାଯାଇଛି । ଏ ନେଇ ସମସ୍ତ ବିଭାଗର ଅଧ୍ୟକ୍ଷ, ଡିନଙ୍କୁ ପତ୍ର ଜାରି କରାଯାଇଛି ।

ଏହି ସମ୍ୱନ୍ଧରେ ସ୍କୁଲ ଅଫ ଇଂଟରନ୍ୟାସନାଲ ଷ୍ଟଡିଜର ଡିନ ଅଶ୍ୱିନୀ ମହାପାତ୍ର କହିଛନ୍ତି, ଏହି  ନିଷ୍ପତ୍ତି କ୍ୟାମ୍ପସରେ ଅସାଧାରଣ ସ୍ଥିତିକୁ ନଜରରେ ରଖି ନିଆଯାଇଛି । ମହାପାତ୍ର କହିଛନ୍ତି ଅନ୍ୟ କ୍ୟାମ୍ପସ ଫଲୋ କରୁଛନ୍ତି କି ନାହିଁ, ବର୍ତ୍ତମାନ ସୁଦ୍ଧା ଏନେଇ ସୂଚନା ନାହିଁ ।

ମହାପାତ୍ର କହିଛନ୍ତି, ଛାତ୍ରଛାତ୍ରୀ ନିଜର ଉତ୍ତର ଖାତାକୁ ଇ-ମେଲ କିମ୍ୱା ହ୍ୱାଟ୍ସଆପ୍ ମଧ୍ୟରେ ପଠାଇ ପାରିବେ । ଏହାଛଡା ଉପସ୍ଥିତ ହୋଇ ସମ୍ୱନ୍ଧିତ ବିଭାଗର ଶିକ୍ଷକଙ୍କୁ ଦେଇ ପାରିବେ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଡିସେମ୍ୱର ୨୧ ତାରିଖ ପର‌୍ୟ୍ୟନ୍ତ ସମୟ ଦିଆଯାଇଛି । ଯଦି ସ୍କ୍ରିପ୍ଟ ୨୧ ତାରିଖ ସୁଦ୍ଧା ନ ପହଞ୍ଚେ ତେବେ ଆଉ ଗୋଟିଏ ଦିନର ସୁଯୋଗ ଦିଆଯିବ ।

ପରୀକ୍ଷା ସଂଚାଳନ କରିବାରେ ପାରଦର୍ଶିତା କିପରି ରହିବ ପ୍ରଶ୍ନର ଜବାବରେ ମହାପାତ୍ର କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଅନ୍ୟ କୌଣସି ରାସ୍ତା ନାହିଁ, ମୋତେ କେବଳ ଛାତ୍ରଙ୍କ ଭବିଷ୍ୟକୁ ନେଇ ଚିନ୍ତା । ଜେଏନୟୁର ଏହି ପଦକ୍ଷେପକୁ ଜେଏନୟୁ ଛାତ୍ର ସଂଘ ପାଗଳାନୀ ବୋଲି କହିଛି ।